ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୋରଖନାଥ ମନ୍ଦିର

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୋରଖନାଥ ମନ୍ଦିର ଓଡ଼ିଶାର ଏକ ପୁରାତନ ଓ ପ୍ରସିଦ୍ଧ ଶୈବପୀଠ । ଗୋରଖନାଥ ମନ୍ଦିର, ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରା ଗ୍ରାମଠାରେ ଅବସ୍ଥିତ । ଜଗତସିଂହପୁର ରୁ ଏହି ମନ୍ଦିରର ଦୂରତ୍ୱ ପ୍ରାୟ ୧୨କିମି ।ମନ୍ଦିରଟି ଶିବଙ୍କୁ ସମର୍ପିତ ।

ମନ୍ଦିରରେ ବାବା ଦୀର୍ଘ ଦୁଇଶହ ବର୍ଷ ପୁର୍ବରୁ ପୁଜା ପାଉଛନ୍ତି । ମନ୍ଦିର ତିଆରି ହୋଇ ନଥିବା ବହୁ ପୁର୍ବରୁ ମଧ୍ୟ ବାବା ଏଠାରେ ପୁଜା ପାଇ ଆସୁଛନ୍ତି ।

ଲୋକକଥା ଅନୁଯାୟୀ ସର୍ପାଘାତରେ ପୀଡ଼ିତ ବ୍ୟକ୍ତିବିଶେଷଙ୍କର ବାବାଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ । କୁହାଯାଏ ଡାକ୍ତରଖାନାରୁ ଫେରି ଆସିଥିବା ପୀଡ଼ିତ ବ୍ୟକ୍ତିର ଏଠାରେ ସତିଆ ହୂକୁମରେ ବିଷ ହରଣ ହୋଇଯାଏ । 𝗚𝗼𝗿𝗮𝗸𝗵𝗻𝗮𝘁𝗵 𝗧𝗲𝗺𝗽𝗹𝗲, 𝗝𝗮𝗴𝗮𝘁𝘀𝗶𝗻𝗴𝗵𝗽𝘂𝗿, 𝗢𝗱𝗶𝘀𝗵𝗮