ପ୍ରୀତିରଞ୍ଜନ ଘଡ଼ାଇଙ୍କ ଘରେ ଚଢ଼ଉ, ଏହାକୁ ବିରୋଧ କରି ବିଜେଡିର ହାଲ୍ଲାବୋଲ

ବିଜେଡି ନେତା ପ୍ରୀତିରଞ୍ଜନ ଘଡେ଼ଇଙ୍କ ଘରେ ଚଢ଼ଉ କରାଯାଇଛି । ନୂଆପଡ଼ା ଖରିଆର ରୋଡ଼ରେ ପ୍ରୀତିରଞ୍ଜନ ଘଡେ଼ଇ ରହୁଥିବା ଘରେ ପୁଲିସ ଚଢ଼ଉ କରିଛି । ପ୍ରୀତିରଞ୍ଜନ ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର ଦାୟିତ୍ୱରେ ଅଛନ୍ତି । ତେବେ ଏହାକୁ ବିରୋଧ କରି ବିଜେଡି ନେତା ଓ କର୍ମୀ ହାଲ୍ଲାବୋଲ କରିଛନ୍ତି । ଚଢ଼ଉ କରିବାକୁ ଆସିଥିବା ପୁଲିସ ଓ ଅଧିକାରୀଙ୍କୁ ସେମାନେ ବିରୋଧ କରିଥିଲେ ।ପୁଲିସ ପ୍ରଶାସନର ଗାଡ଼ିକୁ ମଧ୍ୟ ଅଟକାଇଥିଲେ । କୁହାଯାଉଛି ଯେ ଆଜି ଚଢ଼ରେ ୪୦ରୁ ଅଧିକ ପୁଲିସ କର୍ମଚାରୀ ସାମିଲ ଥିଲେ । ତେବେ ଚଢ଼ଉ ବେଳେ ଶ୍ରୀ ଘଡେ଼ଇ ଉକ୍ତ ଘରେ ନଥିଲେ । ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି ।ସେପଟେ ନୂଆପଡ଼ା ଉପ-ନିର୍ବାଚନରେ ଜମୁଛି ପ୍ରଚାର । ପ୍ରଚାର ପାଇଁ ପରସ୍ପରକୁ ଟକ୍କର ଦେଉଛନ୍ତି ଦଳୀୟ ପ୍ରାର୍ଥୀ । ବିଜେପି ପକ୍ଷରୁ ବିଧାୟକ, ମନ୍ତ୍ରୀ, ସାଂସଦ ମାନେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରୁଥିବା ବେଳେ ମିଶ୍ରଣ ପର୍ବ ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି । ବିଜେପିର ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ ଘରକୁ ଘର ବୁଲି ନିଜ ପାଇଁ ଭୋଟ ମାଗିଛନ୍ତି ।

ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀ ଧାନ ବିଲରେ ଧାନ କାଟୁଥିବାର ଚିତ୍ର ଦେଖିବାକୁ ମିଳିଛି । କ୍ଷେତରେ ପହଞ୍ଚି ପୁସିଙ୍ଗ କାର୍ଡ ଦେଇ ଚାଷୀ ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ଘାସିରାମ ।