ପ୍ରେମିକକୁ ଟାଙ୍ଗିଆରେ ହାଣିଦେଲେ ପ୍ରେମିକାର ବାପା

ପ୍ରେମିକଙ୍କୁ ଟାଙ୍ଗିଆରେ ହାଣି ମାରିଲେ ପ୍ରେମିକାଙ୍କ ବାପା। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ଥାନା ଅଞ୍ଚଳରେ। ବାପା ଝିଅର ପ୍ରେମିକଠାରୁ ଦୂରେଇ ଦେବା ପାଇଁ ପାଲଟିଗଲେ ଜହ୍ଲାଦ। ୩ ଦିନ ତଳେ ପ୍ରେମିକ ସହ ଫେରାର ହୋଇଯାଇଥିବା ଝିଅକୁ ବିବାହ କରାଇ ଦେବାର ପ୍ରୋଲଭନ ଦେଖାଇ ଘରକୁ ଡାକିଲେ। ଉଭୟ ଘରକୁ ଆସିବା ପରେ ଝିଅର ପ୍ରେମିକକୁ ଟାଙ୍ଗିଆରେ ହାଣି ହତ୍ୟା କଲେ ବାପା । ଘଟଣାସ୍ଥଳରେ ପ୍ରେମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଗୁରୁତର ଝିଅକୁ ଉଦ୍ଧାରକରି କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି। ପୁଲିସ ବିଜୟକୁ ଧରିବାକୁ ଖୋଳାତାଡ଼ ଆରମ୍ଭ କରିଛି।