ପ୍ରେମ ପାଇଁ ଆମେରିକାରେ ମିଛ କହି ଓଡିଶା ଆସିଛି : ପୂଜା

ପୂଜା ଓରଫ ସେଜଲଙ୍କ ଆମେରିକା ନିର୍ଯାତନା କାହାଣୀରେ ନୂଆ ଟ୍ବିଷ୍ଟ୍‌ ଆସିଛି। ପ୍ରେମିକ ଅମରଙ୍କ ପାଇଁ ଆମେରିକାରୁ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ନିର୍ଯାତନାର କାହାଣୀ ମିଛ ବୋଲି କହିଛନ୍ତି ପୂଜା । ମୋ ପାଳିତ ମା ବହୁତ ଭଲ । ୨୦୨୪ରେ ସୋସିଆଲ ମିଡିଆରୁ ଅମର ସହ ହୋଇଥିଲା ପ୍ରେମ । ପ୍ରେମ ପାଇଁ ଓଡିଶା ଆସିବାକୁ ଚାହୁଁଥିଲି । ଅମରଙ୍କ ସହାୟତାରେ ନିଜ ମାଙ୍କ ନାଁରେ ମିଛ ଭିଡିଓ ଜାରି କରିଥିଲେ । ଅମର ବାଲେଶ୍ୱର ଅଞ୍ଚଳର । ବାହା ହେବାକୁ ଏଭଳି କରିଛନ୍ତି । ମୁଁ ଅମରକୁ ବାହା ହୋଇ ଓଡିଶାରେ ରହିବି ।