ପ୍ଲାଷ୍ଟିକ ବୋତଲରେ ପାଣି ପିଉଛନ୍ତି କି?ସାବଧାନ!

ବୋତଲରେ ପାଣି କିଣିବା ଅତ୍ୟନ୍ତ ସହଜ, ଏହା ଆମ ପାଇଁ ସହଜରେ ଉପଲବ୍ଧ କିନ୍ତୁ ବର୍ତ୍ତମାନ ଏହି ବିଷୟରେ ଏକ ଚିନ୍ତାଜନକ ପ୍ରକାଶ ସାମ୍ନାକୁ ଆସିଛି । ପ୍ଲାଷ୍ଟିକ ବୋତଲରେ ଥିବା ୧ ଲିଟର ପାଣିରେ ରହିଛି ପାଖାପାଖି ୨ ଲକ୍ଷ ୪୦ ହଜାର କଣିକା। ଏହି ନାନୋପ୍ଲାଷ୍ଟିକ କଣିକାଯୁକ୍ତ ପାଣି ମଣିଷ ପିଇବା ଦ୍ବାରା ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ନାନୋପ୍ଲାଷ୍ଟିକ କଣିକା ମାଇକ୍ରୋପ୍ଲାଷ୍ଟିକ ତୁଳନାରେ ଅତି ସୂକ୍ଷ୍ମ ହୋଇଥିବାରୁ ଏହା ସହଜରେ ଶରୀରରେ ଖାଦ୍ୟନଳୀ ଏବଂ ଫୁସଫୁସ ଦେଇ ରକ୍ତକଣିକା ମଧ୍ୟକୁ ପ୍ରବେଶ କରିଥାଏ। ଆଉ ରକ୍ତକଣିକା ଦେଇ ଏହି ନାନୋ ପ୍ଲାଷ୍ଟିକ ହୃଦୟ ଏବଂ ମସ୍ତିସ୍କକୁ ମଧ୍ୟ ପ୍ରବେଶ କରେ ।

ଗବେଷଣା ଅନୁଯାୟୀ, ହାରାହାରି ଏକ ଲିଟର ପାଣି ବୋତଲରେ ପ୍ରାୟ ୨୪୦,୦୦୦ ପ୍ଲାଷ୍ଟିକ ଖଣ୍ଡ ଥାଏ। ଏହି ଖଣ୍ଡଗୁଡ଼ିକ ପୂର୍ବ ଆକଳନଠାରୁ ୧୦୦ ଗୁଣା ବଡ଼। ପୂର୍ବ ଗବେଷଣାରେ କେବଳ ମାଇକ୍ରୋପ୍ଲାଷ୍ଟିକ, କିମ୍ବା ୧ ରୁ ୫୦୦୦ ମାଇକ୍ରୋମିଟର ମଧ୍ୟରେ ଖଣ୍ଡଗୁଡ଼ିକ ମିଳିଥିଲା। ତିନୋଟି ଜଣାଶୁଣା କମ୍ପାନୀର ବୋତଲ ଜଳ ଅଧ୍ୟୟନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯଦିଓ ଏହି କମ୍ପାନୀଗୁଡିକର ନାମ ଘୋଷଣା କରାଯାଇ ନାହିଁ । ପୂର୍ବରୁ ପ୍ଲାଷ୍ଟିକ ବୋତଲରେ ଥିବା ପିଇବା ପାଣିରେ ଏହି ସବୁ କଣିକା ରହିଥିବା ନେଇ ସନ୍ଦେହ କରି ଆସୁଥିଲେ ବୈଜ୍ଞାନିକ । ତେବେ ଜ୍ଞାନକୌଶଳ ଅଭାବରୁ ଏହି ସବୁ ନାନୋପ୍ଲାଷ୍ଟିକ କଣିକୁ ଗୁଡିକୁ ଠାବ କରାଯାଇ ପାରିନଥିଲା।