ପ୍ୟାରିସ୍ ପାରାଅଲିମ୍ପିକ୍ସ ପଞ୍ଚମ ଦିନରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ

ଯୋଗେଶ କଥୁନିଆ ଡିସକସ୍‌ ଥ୍ରୋରେ ଭାରତ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ସେ ପୁରୁଷ ଡିସକସ୍‌ ଥ୍ରୋ ଏଫ୍‌୫୬ ଇଭେଣ୍ଟରେ ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି। ସେହିଭଳି ପାରାଲିମ୍ପିକ୍ସ ୨୦୨୪ରେ ନୀତେଶ କୁମାର ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ଏସ୍‌ଏଲ୍‌୩ ବର୍ଗରେ ବ୍ୟାଡମିଣ୍ଟନରେ ଗ୍ରେଟ୍‌ ବିଟ୍ରେନର ଡାନିୟଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ପ୍ୟାରିସ ପାରାଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ ହୋଇଛନ୍ତି। ମୋଟ ଉପରେ ୨୦୨୪ ପାରାଲିମ୍ପିକ ଗେମ୍ସରେ ଏହା ହେଉଛି ଭାରତର ନବମ ପଦକ।

ବର୍ତ୍ତମାନ ଭାରତର ପଦକ ସଂଖ୍ୟା ୯ ରେ ପହଞ୍ଚିଛି। ଭାରତୀୟ ଶୁଟର ଅବନୀ ଲେଖରା ମହିଳା ୧୦ ମିଟର ଏୟାର ରାଇଫଲରେ ସ୍ବର୍ଣ୍ଣ ପଦକ ଏବଂ ମାନା ଅଗ୍ରୱାଲ ଏହି ଇଭେଣ୍ଟର ବ୍ରୋଞ୍ଜ ପଦକ ଜିତିଥିଲେ।