ଫଟୋ ସେୟାର କରି ରଣବୀର ଟ୍ରୋଲ୍‌

ବର୍ତ୍ତମାନ ମାଳଦ୍ଵୀପ ବିବାଦକୁ ନେଇ ସୋସିଆଲ ମିଡିଆରେ ବହୁତ ଆଲୋଚନା ହୋଇଛି। ଅନେକ ବଲିଉଡ ତାରକା ମଧ୍ୟ # ବଏକୋଟମାଲଦିଭ ଟ୍ରେଣ୍ଡ ମାଧ୍ୟମରେ ମାଲଦ୍ଵୀପ ମନ୍ତ୍ରୀଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି।ଏହି କ୍ରମରେ ଅଭିନେତା ରଣବୀର ସିଂ ମଧ୍ୟ ଏମ୍ସ ଆକାଉଣ୍ଟରେ ଏକ ପୋଷ୍ଟ କରଛନ୍ତି ଏବଂ ମାଳଦ୍ୱୀପ ବଦଳରେ ଲାକ୍ଷାଦ୍ୱୀପକୁ ଛୁଟି ସ୍ଥାନ ଭାବରେ ବାଛିବାକୁ ସମର୍ଥନ କରିଛନ୍ତି। କିନ୍ତୁ ଲାକ୍ଷାଦ୍ୱୀପକୁ ସମର୍ଥନ କରୁଥିବା ଏହି ପୋଷ୍ଟରେ ରଣବୀର ଏକ ସ୍ଥାନର ଫଟୋ ରଖିଛନ୍ତି ଯେଉଁଥିପାଇଁ ସେ ଟ୍ରୋଲର ଶିକାର ହୋଇଛନ୍ତି।

ଏଥିପାଇଁ ରଣବୀର ତାଙ୍କ ଭୁଲ ବୁଝିବା ମାତ୍ରେ ସେ ତୁରନ୍ତ ଏହି ପୋଷ୍ଟକୁ ଡିଲିଟ କରିଦେଇଥିଲେ।ନିକଟରେ ମାଳଦ୍ଵୀପର ମନ୍ତ୍ରୀମାନେ ଭାରତ ବିରୋଧରେ କହିଛନ୍ତି। ଯାହା ପରେ ସାରା ଦେଶରୁ ମାଳଦ୍ଵୀପକୁ ବିରୋଧ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ଵୀପ ପରିଦର୍ଶନ କରିବାକୁ ଲୋକଙ୍କୁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଅଭିଯାନକୁ ସମର୍ଥନ କରି ଅନେକ ବଲିଉଡ ତାରକା ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି |