ଫିଲ୍ମ ‘ଫାଇଟର୍’ । ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି।

ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଫାଇଟର୍’ । ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି। ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ଉଭୟ ଦର୍ଶକ ଏବଂ ସମାଲୋଚକଙ୍କ ଠାରୁ ଉତ୍କୃଷ୍ଟ ସମୀକ୍ଷା ଗ୍ରହଣ କରିଛି। ଲୋକମାନେ ଫିଲ୍ମର ସୁନ୍ଦର ଭିଜୁଆଲ୍ ଏବଂ କଳାକାରଙ୍କ ମହାନ କାର୍ଯ୍ୟକୁ ପସନ୍ଦ କରୁଛନ୍ତି।ଫିଲ୍ମଟି ପ୍ରଥମ ଦିନରୁ ବହୁତ ଭଲ ରୋଜଗାର କରିଛି। ବକ୍ସ ଅଫିସରେ ଜବରଦସ୍ତ ରୋଜଗାର ହେବା ପରେ ‘ଫାଇଟର୍‌’ ଦ୍ୱିତୀୟ ଦିନରେ ଟିକେଟ ଓିଣ୍ଡୋରେ ବମ୍ପର ରୋଜଗାର କରିଥିଲା।

ତୃତୀୟ ଏବଂ ଚତୁର୍ଥ ଦିନରେ ଭଲ ରୋଜଗାର କରି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମଟି ୧୦୦ କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଛି। ପ୍ରଥମ ସପ୍ତାହ ‘ଫାଇଟର୍‌’ ଆଡଭାନ୍ସ ବୁକିଂ ମାଧ୍ୟମରେ ୭ କୋଟି ଟଙ୍କା ବ୍ୟବସାୟ କରିଥିଲା ଏବଂ ଫିଲ୍ମଟି ଖୁବ କମ ଦିନରେ ୨୦୦କୋଟିରୁ ଅଧିକ ଟଙ୍କା ଆୟ କରିଛି। ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ଫିଲ୍ମଟି ୨୦୦କୋଟିରୁ ଅଧିକ ଟଙ୍କା ଆୟ କରିଥିବା ଜଣାପଡ଼ିଛି।