ଫିଲ୍ମ ‘ମେଁ ଅଟଲ ହୁଁ’ର ଦମଦାର ଟିଜର

ତିନି ଥର ଭାରତର ପ୍ରଧାନମନ୍ତ୍ରୀ ଥିବା ଅଟଳ ବିହାରୀ ବାଜପେୟୀ ଦେଶର ଅନ୍ୟତମ ପ୍ରିୟ ନେତା। ତାଙ୍କ ଜୀବନ ଯାତ୍ରା କୌଣସି ପ୍ରେରଣାଠାରୁ କମ୍ ନୁହେଁ। ତେବେ ଅଟଳ ବିହାରୀ ବାଜପେୟୀଙ୍କ ଆତ୍ମଜୀବନୀକୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା ଜାରି ରହିଛି। ଯେବେ ଏହି ବାୟୋପିକର ଘୋଷଣା ହେଲା, ତେବେଠୁ ଫିଲ୍ମକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହା ମଧ୍ୟରେ ନିର୍ମାତା ପ୍ରଶଂସକଙ୍କ ଉତ୍ସାହକୁ ବଢାଇବା ପାଇଁ ଫିଲ୍ମ ‘ମେଁ ଅଟଲ ହୁଁ’ର ଦମଦାର ଟିଜର ଜାରି କରିଛନ୍ତି। ଫିଲ୍ମ ଆସନ୍ତା ଜାନୁଆରୀ ୧୯ରେ ସିନେମା ଘରକୁ ଆସିବ।

କେବଳ ଏତିକି ନୁହେଁ, ପୁଣି ଥରେ ପଙ୍କଜ ତ୍ରିପାଠୀଙ୍କ ଜୀବନ୍ତ ଅଭିନୟ ଲୋକଙ୍କୁ ବିମୋହିତ କରିଛି।ଟିଜରରେ ପଙ୍କଜ ତ୍ରିପାଠୀ ଅଟଳ ବିହାରୀ ବାଜପେୟୀଙ୍କ ଚରିତ୍ରରେ ଖୁବ୍ ମାନୁଛନ୍ତି। ପ୍ରଶଂସକମାନେ ଏହାକୁ ମାଷ୍ଟରପିସ୍‌ ବୋଲି କହିଛନ୍ତି।