ଫେବୃଆରୀ ୧୨ରେ ଭାରତ ବନ୍ଦ, ବ୍ୟାଙ୍କ ବନ୍ଦ ନା ଖୋଲା ?
ଫେବୃଆରୀ ୧୨ ତାରିଖରେ ଭାରତ ବନ୍ଦ ଡାକରା । କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ ଏହି ବନ୍ଦ ଡାକରା ଦେଇଥିବା ବେଳେ ୧୦ରୁ ଅଧିକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ସେହିଭଳି ବ୍ୟାଙ୍କ ଆସୋସିଏସନ୍ ମଧ୍ୟ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଇଛି । ତେଣୁ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିପାରେ । ନୂଆ ଶ୍ରମ ସଂହିତା (ଲେବର କୋଡ୍ସ୍), କାର୍ଯ୍ୟକାଳୀନ ନୀତି ବିରୋଧୀ ଏବଂ ଶ୍ରମିକ ହିତ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରି ଏହି ଧର୍ମଘଟ ଡାକରା ହୋଇଛି । ଏହାର ପ୍ରଭାବରେ ବ୍ୟାଙ୍କିଂ ସେବା ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଅଲ୍ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଏଜ୍ ଆସୋସିଏସନ୍ (AIBEA), ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ୍ ଆସୋସିଏସନ୍ (AIBOA) ଏବଂ ବ୍ୟାଙ୍କ ଏମ୍ପ୍ଲଏଜ୍ ଫେଡରେସନ୍ ଅଫ୍ ଇଣ୍ଡିଆ (BEFI) ଭଳି ପ୍ରମୁଖ ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ ଏହି ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ସେମାନେ ନିଜ ସଦସ୍ୟମାନଙ୍କୁ ଧର୍ମଘଟରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡ଼ିକରେ ସମସ୍ତ ପ୍ରକାରର ସେବା ବନ୍ଦ ରହିବାର ସମ୍ଭାବନା ରହିଛି ।ଏହି ଧର୍ମଘଟ ଯୋଗୁଁ କ୍ୟାଶ୍ ଉଠାଣ, ଜମା, ଚେକ୍ କ୍ଲିୟରାନ୍ସ ଭଳି କାର୍ଯ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ତେବେ ପ୍ରାଇଭେଟ୍ ବ୍ୟାଙ୍କଗୁଡ଼ିକ ସାଧାରଣତଃ ଖୋଲା ରହିବାର ସମ୍ଭାବନା ରହିଛି । ଡିଜିଟାଲ୍ ବ୍ୟାଙ୍କିଂ (ଇଣ୍ଟରନେଟ୍ ବ୍ୟାଙ୍କିଂ, UPI, ମୋବାଇଲ୍ ଆପ୍) ସାଧାରଣତଃ ଚାଲିବ, କିନ୍ତୁ ଶାଖା-ଆଧାରିତ ସେବାରେ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଯାଇପାରେ ।ଏହି ବନ୍ଦ ପ୍ରଭାବରେ ରେଳ, ବସ୍, ବୀମା, ପରିବହନ ଭଳି ଅନେକ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି ।
