ଫେବୃଆରୀ ୧୭ରୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ ବୋର୍ଡ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ କରିଛି । CBSE ଦଶମ ଏବଂ ଦ୍ୱାଦଶ ପରୀକ୍ଷା ୧୭ ଫେବୃଆରୀ ୨୦୨୬ରୁ ଆରମ୍ଭ ହେବ । ଦଶମ ଶ୍ରେଣୀ ପରୀକ୍ଷା ୧୭ ଫେବୃଆରୀରୁ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୭ ଫେବୃଆରୀରୁ ୯ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟରେ ସମ୍ପୂର୍ଣ୍ଣ ସମୟସୂଚୀ ପାଇପାରିବେ ।ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ସୁପାରିଶ ଅନୁଯାୟୀ, ସିବିଏସଇ ଘୋଷଣା କରିଛି ଯେ ୨୦୨୬ରୁ, ଗୋଟିଏ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ବୋର୍ଡ ପରୀକ୍ଷା କରାଯିବ।