ବଙ୍ଗୋପସାଗରରେ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବ ଭାରତ । ୩ ଦିନ ଯାଏଁ ଉଡିବନି କିଛି ବିମାନ
୩ ଦିନ ବନ୍ଦ ରହିବ ବିମାନ ଚଳାଚଳ। ଉଡିବନି କୌଣସି ବି ବିମାନ। ବଙ୍ଗୋପସାଗରରେ ଶକ୍ତିଶାଳୀ ମିସାଇଲ ପରୀକ୍ଷଣ କରିବ ଭାରତ । ଯାହା ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ହେବାକୁ ଯାଉଛି । ଯେଉଁଥିପାଇଁ ସମୁଦ୍ରର କିଛି ଅଞ୍ଚଳରେ ସତର୍କ ସୂଚନା ବା ନୋଟାମ୍ ଜାରି କରାଯାଇଛି । ଡିସେମ୍ବର ୬ରୁ ୮ ମଧ୍ୟରେ ଏହି ପରୀକ୍ଷଣ ହେବ ବୋଲି ଆଶା କରାଯାଉଛି ।ରିପୋର୍ଟ ଅନୁସାରେ, ଯେଉଁଦିନ ମିସାଇଲ ପରୀକ୍ଷଣ ହେବ ସେଦିନ ପ୍ରାୟ ୧୪୮୦ ବର୍ଗ କିଲୋମିଟର ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯିବ । ଏହି ସମୟସୀମା ଡିସେମ୍ବର ୬ ଦିନ ୧୨ଟା ୩୦ରୁ ଆରମ୍ଭ ହୋଇ ଡିସେମ୍ବର ୮ ତାରିଖ ଦିନ ୩ଟା ୩୦ ଯାଏଁ ଧାର୍ଯ୍ୟ କରାଯାଇଛି । ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ଯେ, ”ପାଇଲଟ ଏବଂ ଏୟାରଲାଇନ ବିଭିନ୍ନ ରୁଟକୁ ପରିବର୍ତ୍ତନ କରିପାରନ୍ତି । ସାଟେଲାଇଟ୍ ବେସଡ୍ ନାଭିଗେସନ ସିଷ୍ଟମ ଅନୁସାରେ ସେମାନେ ବିମାନର ଦିଗ ବଦଳାଇପାରିବେ।
