ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କ ନିର୍ବାଚନୀ ପ୍ରଚାର

ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବା ପରେ ସେ ବଡ଼ଚଣା ଗସ୍ତ କରିଛନ୍ତି। ତାଙ୍କ ସହିତ ଯାଜପୁର ଏମ୍‌ପି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମଧ୍ୟ ପ୍ରଥମ କରି ଗସ୍ତ କରିଛନ୍ତି। ବଡ଼ଚଣା ବିଜେଡି ପକ୍ଷରୁ ଯାଜପୁର ଜିଲାର ପ୍ରବେଶଦ୍ୱାର ଛତିଆ ନିକଟ ନେଳିଆଛକଠାରୁ ଉଭୟ ପ୍ରାର୍ଥୀଙ୍କୁ ସ୍ବାଗତସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ବର୍ଷାଙ୍କ ପାଇଁ ସମଗ୍ର ପରିବେଶ ଜନ ସମୁଦ୍ର ପାଲଟିଥିଲା। ବିଭିନ୍ନ ଛକ ବଜାର ଓ ରାସ୍ତା କଡ଼ରେ ବର୍ଷାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

ତେବେ ଏନେଇ ବର୍ଷା ପ୍ରତିକ୍ରିୟା ରଖିବା ସହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି ନିଷ୍ଠାର ସହ କାମ କରିବି ଆଜି ଲୋକଙ୍କ ଯେଉଁ ଭଳି ଭଲପାଇବା ଓ ସମର୍ଥନ ମିଳିଛି ତାହା ନିର୍ବାଚନରେ ପ୍ରତିଫଳନ ହେବ ବୋଲି ବର୍ଷା ପ୍ରିୟଦର୍ଶନୀ କହିଛନ୍ତି।