ବଡ଼ମ୍ବାରେ ମହାପ୍ରଭୁ ଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଶାନ୍ତି ଶୃଙ୍ଖଳା ରେ ସମ୍ପର୍ଣ୍ଣ I

ବଡ଼ମ୍ବା – 10/07/22(ପୁପୁ ମହାନ୍ତି )ବଡମ୍ବାଗଡ଼ ର ଐତୀୟ ବାହୁଡ଼ାଯାତ୍ରା ଏବଂ ସୁନାବେଶ ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଛି I ଶନିବାର ପବିତ୍ର ବାହୁଡ଼ା ଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀଗୁଣ୍ଡିଚା ମନ୍ଦିରରୁ ସ୍ବମନ୍ଦିର ଅଭିମୁଖେ ବାହୁଡିଛନ୍ତି। ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପାଗରେ ଶହ ଶହ ଶ୍ରଦ୍ଧାଳୁ ବଡ଼ମ୍ବା ବଡ଼ଦାଣ୍ଡରେ ମହାପ୍ରଭୁଙ୍କ ରଥ ଟାଣିଥିଲେ। ସଂଧ୍ୟା ପୂର୍ବରୁ ରଥ ବଡ଼ଦାଣ୍ଡର ନିର୍ଧାରିତ ସ୍ଥାନରେ ପହଞ୍ଚିବା ପରେ ପାରମ୍ପରିକ ନୀତି ସରିବା ପରେ ଦିଅଁ ଙ୍କ ସେନାପଟା ଲାଗି କରାଯାଇଥିଲା।

ପରେ ଗୋଟି ପହଣ୍ଡି ରେ ଠାକୁର ଗୁଣ୍ଡିଚା ଘରୁ ରଥ ଉପରକୁ ବିଜେ କରି ଥିଲେ। ବଡ଼ମ୍ବା ରାଜା ତ୍ରିବିକ୍ରମ ବୀରବର ମଙ୍ଗରାଜ ମହାପାତ୍ର ରଥରେ ଛେରାପହଁରା କରିଥିଲେ। ଏହି ପରିପ୍ରେକ୍ଷୀରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ତହସିଲଦାର ତପନ କୁମାର ପରିଡ଼ା,ବ୍ଲକ ଅଧ୍ୟକ୍ଷ ଶ୍ରୀ ରଘୁପତି ମହାନ୍ତି, ଯୋଗ ଦେଇ ରଥଟାଣିବା ସହ ଠାକୁର ଦର୍ଶନ କରି ଅଞ୍ଚଳର ବିକାଶ ମନାସି ଥିଲେ।ତା ପରେ ବଡ଼ଦାଣ୍ଡରେ ରହିଥିବା ବେଳେ ରବିବାର ପ୍ରଭୁ ଙ୍କ ଏକାଦଶୀ ଏବଂ ସୁନାବେଶ ଉତ୍ସବ ନୀତି ସଂପନ୍ନ କରାଯାଇଛି।

ଏହି ଅବସରରେ ବଡ଼ମ୍ବା ବଡ଼ଦାଣ୍ଡରେ ଭଜନ ସମାରୋହ ହେବା ସହ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସହ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ଶ୍ରୀ ରଘୁପତି ମହାନ୍ତି, , ସରପଞ୍ଚ ମଧୁସ୍ମିତା ମହାନ୍ତି, ସାମାଜିକ କର୍ମୀ ଚିନ୍ମୟ ପଟ୍ଟନାୟକ ଯୋଗ ଦେଇ ପ୍ରଭୁଙ୍କ ଦର୍ଶନ କରିଛନ୍ତି।