ବଡ଼ ଓଷାରେ ବାବା ଧବଳେଶ୍ଵରଙ୍କ ବଡସିଂହାର ବେଶ

ମହାକାର୍ତ୍ତିକ ମାସର ସବୁଠାରୁ ବଡ଼ ପର୍ବ ବଡଓଷା। ଆଜି ମଧ୍ୟ ରାତ୍ରର ତ୍ରୟୋଦର୍ଶି ଓ ଚତୃଦର୍ଶି ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପୀଠ ରେ ପାଳିତ ହେବ ପ୍ରସିଦ୍ଧ ପର୍ବ ବଡଓଷା । ରାତ୍ର ଚାରିଟାରୁ ପହଡ ଖୋଲାଯାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ଆଜି ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ପରମ୍ପରା ଅନୁଯାୟୀ ପୂଜକ ପରିବାରର ମହିଳା ମାନେ ଶୁଦ୍ଧପୂତ ଭାବରେ ସ୍ନାନ କରି ଉପବାସ ରହି ନିଜ ଘରେ ଥିବା ଢିଙ୍କିକୁ ପୂଜା ଅର୍ଚ୍ଚନା କରିଥିଲେ । ଅରୁଆ ଚାଉଳକୁ ଢିଙ୍କିରେ କୁଟିବା ସହିତ ମହିଳାମାନେ ଅତି ଆନନ୍ଦରେ ଗଜଭୋଗ ନିମନ୍ତେ ଚୂନା ପ୍ରସ୍ତୁତ କରିଛନ୍ତି । ସେହି ଚୂନା ବାବା ଧବଳେଶ୍ବରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ପ୍ରସ୍ତୁତ ହୋଇଥାଏ।