ବଡ଼ ବଜେଟର ଆକ୍ସନ୍‌ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି ରଣବୀର ସିଂ।

ବଲିଉଡ୍‌ର ବାଜିରାଓ ରଣବୀର ସିଂ। ଆସନ୍ତା ୨ ବର୍ଷ ମଧ୍ୟରେ ସେ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍‌ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ତେବେ ଏଥି ମଧ୍ୟରେ ସେ ଆଦିତ୍ୟ ଧରଙ୍କ ସହ ହାତ ମିଳାଇଛନ୍ତି। ଆଉ ଏକ ଆକ୍ସନ୍‌ ଫିଲ୍ମ ପାଇଁ ସାଇନ୍‌ କରିଛନ୍ତି। ନିର୍ଦ୍ଦେଶକ ଆଦିତ୍ୟ ଧର ଆଗାମୀ ଦିନରେ ଗୋଟିଏ ବିଗ୍‌ ବଜେଟର ଆକ୍ସନ୍‌ ଫିଲ୍ମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଆକ୍ସନ୍‌ ଫିଲ୍ମରେ ମୁଖ୍ୟ ଭୂମିକା ପାଇଁ ସେ ରଣବୀର ସିଂଙ୍କୁ ପସନ୍ଦ କରିଛନ୍ତି। ଏନେଇ ଗତ ୩ ସପ୍ତାହ ମଧ୍ୟରେ ଉଭୟ ରଣବୀର ଓ ଆଦିତ୍ୟଙ୍କ ଅନେକ ଥର ସାକ୍ଷାତ ହୋଇଥିବା ସୂଚନା ମିଳିଛି।

ଆଦିତ୍ୟଙ୍କଠାରୁ ଫିଲ୍ମର ସ୍କ୍ରିପ୍ଟ ଶୁଣି ଅଭିନୟ କରିବାକୁ ରଣବୀର ତୁରନ୍ତ ରାଜି ହୋଇଯାଇଥିବା ବିଭିନ୍ନ ସୂତ୍ରରୁ ଜଣା ପଡ଼ିଛି। ତେବେ ଚଳିତ ବର୍ଷ ‘ଶକ୍ତିମାନ’ ଓ ‘ଡନ୍‌ ୩’ର ସୁଟିଂରେ ରଣବୀର ସାମିଲ ହେବା ନେଇ ତାଙ୍କ ଟିମ୍‌ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। କିନ୍ତୁ ଏବେ ରଣବୀର ଆଦିତ୍ୟଙ୍କ ବିଗ୍‌ ବଜେଟ ଆକ୍ସନ ମୁଭିକୁ ଅଧିକ ପ୍ରାଧାନ୍ୟ ଦେବାକୁ ସ୍ଥିର କରିଛନ୍ତି, ଯାହାର ଶୁଟିଂ ଚଳିତ ବର୍ଷ ଏପ୍ରିଲ-ମେ ମାସରୁ ଆରମ୍ଭ ହେବା ନେଇ ଅନୁମାନ କରାଯାଉଛି।