ବଢିଲା ପୁରୀ ସେବାୟତଙ୍କ ପେନସନ ରାଶି

ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି।୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ ଲାଗୁ ହେବ। ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ମଧ୍ୟ ବୃଦ୍ଧି କରାଯାଇଛି।ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ ଦାନ ପାଇଁ ATMରେ ଆସିବ ମେସେଜ୍ । ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ATMରୁ ଟଙ୍କା ବାହାର କଲେ ଏକ ମେସେଜ ଆସିବ। ରସିଦ୍‌ ବାହାରିବା ପୂର୍ବରୁ ATMରେ ଏକ ମେସେଜ ଆସିବ। ଶ୍ରଦ୍ଧାଳୁ ରାଜି ହେଲେ ତାଙ୍କ କାର୍ଡରୁ ଟଙ୍କା ଦେଇପାରିବେ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ |