ବଢିଲା ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ତାରିଖ
ବଢିଲା ବାଲିଯାତ୍ରା ପ୍ଲଟ୍ ଆବଣ୍ଟନ ତାରିଖ । ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ ବା ଦୋକାନ ଖୋଲିବା ପାଇଁ ପ୍ଲଟ ପଞ୍ଜୀକରଣ ତାରିଖ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । କର୍ଫ୍ୟୁ ପରିସ୍ଥିତି ଏବଂ ଇଣ୍ଟରନେଟ ବନ୍ଦ ରହିଥିବା ଅନେକ ବ୍ୟବସାୟୀ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ । ଏପରିକି ହାତରେ କମ୍ ସମୟ ରହିଥିଲା । ଏହି କାରଣରୁ ସମୟ ସୀମା ବୃଦ୍ଧି କରାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ପଞ୍ଜୀକରଣ ଜାରି ରହିଛି । ବାରବାଟି ପ୍ୟାଲେସ ଠାରେ ଦୈନିକ ସକାଳ ୧୦ଟାରୁ ସଂଧ୍ୟା ୫ଘଟା ୩୦ ଯାଏଁ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିବ । ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ପାଇଁ ଇଚ୍ଛୁକ ଅନୁଷ୍ଠାନ ତଥା ବ୍ୟବସାୟୀ www.baliyatra.net ୱେବ୍ ସାଇଟରେ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣ ପାଇଁ ଆଉ ଅଳ୍ପ ଦିନ ବାକି ଥିବାରୁ, ଶେଷ ସମୟ ଭିଡ଼ ଏଡାଇବା ନିମନ୍ତେ ଯଥାଶୀଘ୍ର ପଞ୍ଜୀକରଣ କରାଇ ନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
