ବଢିଲା OTET ୨୦୨୫ ଫର୍ମ ପୂରଣ ସମୟସୀମା

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ସୋମବାର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ୨୦୨୫ ପାଇଁ ଫର୍ମ ପୂରଣର ସମୟସୀମାକୁ ବୃଦ୍ଧି କରିଛନ୍ତି। ଓଟିଇଟି ୨୦୨୫ ଆବେଦନ ଅବଧି ଆସନ୍ତା ୨୭ ପର୍ଯ୍ୟନ୍ତ ବଢ଼ିଲା।“ରାଜ୍ୟର ବିଭିନ୍ନ ପ୍ରାର୍ଥୀଙ୍କ ଅନୁରୋଧକୁ ବିଚାରକୁ ନେଇ ଓଟିଇଟି ପରୀକ୍ଷା, ୨୦୨୫ ପାଇଁ ଫର୍ମ ପୂରଣର ଶେଷ ତାରିଖକୁ ୨୭.୧୧.୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଗଲା। ୨୭.୧୧.୨୦୨୫ ପରେ ଆଉ କୌଣସି ସମୟସୀମା ବୃଦ୍ଧି କରାଯିବ ନାହିଁ,” ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।ବିଏସଇ, ଓଡ଼ିଶା ଦ୍ୱାରା ଘୋଷଣା ଅନୁଯାୟୀ, ଓଟିଇଟି ୨୦୨୫ ପରୀକ୍ଷା ଡିସେମ୍ବର ୧୭ (ବୁଧବାର) ରେ ଦୁଇଟି ସିଟିଂରେ (ପେପର-୧ ସକାଳ ୯ ଟାରୁ ୧୧.୩୦ ଟା ଏବଂ ପେପର-୨ ଅପରାହ୍ନ ୨ ଟାରୁ ୪.୩୦ ଟା) ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ ଡିସେମ୍ବର ୧୦ ତାରିଖରୁ ଅଫିସିଆଲ୍ ୱେବସାଇଟ୍ www.bseodisha.ac.inରୁ ଓଟିଇଟି ପରୀକ୍ଷା ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।