ବଣଭୋଜି କରୁଥିଲେ ସାବଧାନ । ପ୍ରଦୂଷଣ କଲେ ହେବ ଆକ୍ସନ

ବଣଭୋଜି କରୁଥିଲେ ସାବଧାନ । ପ୍ରଦୂଷଣ କଲେ ହେବ ଆକ୍ସନ । ବଣଭୋଜି ଉପରେ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ନଜର ରଖୁଥିବା ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।ଭୁବନେଶ୍ବରରେ ପ୍ରଦୂଷଣର ମାତ୍ରା ଅଧିକ ରହୁଥିବା ବେଳେ ସମସ୍ତେ ଏନେଇ ସତର୍କ ରହିବା ଆବଶ୍ୟକ । ବଣଭୋଜି ନାଁରେ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ।ଓଡିଶାରେ ପ୍ରଦୂଷଣ ବଢୁଛି । ଅନୁଗୂଳ , ବାଲେଶ୍ୱର , ତାଳେଚର ଭୁବନେଶ୍ୱରରେ ଏକ୍ୟୁଆଇ ଅଧିକ ରହୁଛି । ଭୁବନେଶ୍ୱରର ଅବସ୍ଥା ବିପଜ୍ଜନକ । ଲୋକେ ସଚେତନ ହେବା ଆବଶ୍ୟକ । ଖୁବଶୀଘ୍ର ଅର୍ବାନ ଇଣ୍ଡଷ୍ଟ୍ରି ପରିବହନ ବିଭାଗ ଶିଳ୍ପ ବିଭାଗ ସହ ସମନ୍ୱୟ ବୈଠକ ବସିବ । ମାଇନ୍ସ ଏରିଆରେ ୱାଟର ସ୍ପିଙ୍କଲର ସଠିକ ଭାବେ କାମ କରୁଛି କି ନାହିଁ ତାହା ତଦନ୍ତ ହେବା ଆବଶ୍ୟକ ରହିଛି । ସଠିକ ଭାବେ ଏସଓପି ପାଳନ ହେଉଛି ନା ନାହିଁ । ତର୍ଜମା କରିବାକୁ ନିର୍ଦ୍ଦେଶ ରହିଛି ।