ବତ୍ୟା ମିଗ୍‌ଜୋନ ପ୍ରଭାବ ରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଆନ୍ଧ୍ର ଉପକୂଳରେ ଅତିକ୍ରମ ପରେ ବାତ୍ୟା ‘ମିଗଜାଉଁ’ ଦୁର୍ବଳ ହୋଇଛି । ଯେଉଁ ଗତିପଥ ଆକଳନ କରାଯାଉଥିଲା, ତା’ଠାରୁ ଭିନ୍ନ ରହିଲା ତା’ର ବାଟ । ବୁଧବାର ଦକ୍ଷିଣ ଓ ମାଲକାନଗିରି, କୋରାପୁଟ ଏବଂ ରାୟଗ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛ। ଏହି ୩ ଜିଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୭ ତାରିଖରେ ମଧ୍ୟ କିଛି ଜାଗାରେ ବର୍ଷା ହେବ । ୮ରୁ ବର୍ଷା କମିବ । ବୁଧବାର ଉପକୂଳ ଓଡ଼ିଶାରେ ପାଗ ସାମାନ୍ୟ ଭଲ ରହିପାରେ ।