ବଦଳିବ ସବୁ ଜିଲ୍ଲାପାଳ ଅଫିସ୍ ରୂପରେଖ

ନବକଳେବର ହେବ କଲେକ୍ଟରେଟ କୋଠା । ସବୁ ଜିଲ୍ଲାପାଳ କାର୍ଯ୍ୟାଳୟଗୁଡିକରେ ହେବ ନବକଳେବର । ରାଜ୍ୟରେ ନିର୍ମାଣ ହେବ ନୂତନ ମଡେଲ ଜିଲ୍ଲପାଳ କାର୍ଯ୍ୟାଳୟ। ଜିଲ୍ଲାରେ ରାଜସ୍ୱ ପ୍ରଶାସନିକ ୟୁନିଟ, ଜନସଂଖ୍ୟା, କାର୍ଯ୍ୟଭାରକୁ ବିଚାରକୁ ନେଇ ଜିଲ୍ଲାଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ବୃହତ, ମଧ୍ୟମ ଓ କ୍ଷୁଦ୍ର ଭାବାରେ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ବଡ ବର୍ଗରେ ଥିବା ଜିଲ୍ଲାରେ ୧ ଲକ୍ଷ ୭୦ ହଜାର ବର୍ଗ ଫୁଟ ଜମିରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିର୍ମାଣ ହେବ । ସେହିପରି ମଧ୍ୟମ ବର୍ଗରେ ଜିଲ୍ଲାରେ ଏକ ଲକ୍ଷ ୪୦ ହଜାର ବର୍ଗ ଫୁଟ ଜମିରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରହିବ । କ୍ଷୁଦ୍ର ବର୍ଗରେ ଥିବା ଜିଲ୍ଲାରେ ୧ଲକ୍ଷ ବର୍ଗ ଫୁଟ ଜିଲ୍ଲାରେ ନିର୍ମାଣ ହେବ ଜିଲ୍ଲା କାର୍ଯ୍ୟାଳୟ । ଗତ ମାସରେ ରାଜସ୍ୱ ଏବଂ ଡିଏମ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।ହତ, ବର୍ଗରେ ସମ୍ବଲପୁର, ପୁରୀ, କେଉଁଝର, କଟକ ଓ ମୟୂରଭଞ୍ଜ ଜିଲ୍ଲାମଧ୍ୟମ ବର୍ଗରେ କନ୍ଧମାଳ, ରାୟାଗଡା, ବାଲେଶ୍ଵର, ଯାଜପୁର, ବଲାଙ୍ଗୀର, ଖୋର୍ଧା, କାଳାହାଣ୍ଡି, ଭଦ୍ରକ, ବରଗଡ, କେନ୍ଦ୍ରାପଡା, କୋରାପୁଟ,ଅନୁଗୁଳ ନବରଙ୍ଗପୁର, ଢ଼େଙ୍କାନାଳ ଓ ଜଗତ୍ସିଂହପୁର ଜିଲ୍ଲା ରହିଛି ।

ସେହିଭଳି କ୍ଷୁଦ୍ର ବର୍ଗରେ ନୟାଗଡ଼, ମାଲକାନଗିରି, ନୁଆପଡା, ସୁବର୍ଣ୍ଣପୁର, ଝାରସୁଗୁଡା, ଗଜପତି, ବୌଦ୍ଧ, ଦେଓଗଡ଼ ଜିଲ୍ଲା ରହିବ । ସେହିପରି ଭୁବନେଶ୍ୱରରେ ନୂତନ ସ୍ୱତନ୍ତ୍ର ସର୍କିଟ୍ ହାଉସ୍, ଭୁବନେଶ୍ୱରରେ ରାଜସ୍ୱ ଭବନ ଏବଂ କଟକରେ ନୂତନ ରାଜସ୍ୱ ବୋର୍ଡ ଏବଂ ଆରଡିସି କୋଠା ନିର୍ମାଣ ହେବ ।