ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍। ବର୍ତ୍ତମାନ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ବନ୍ଦ ହେଲା ହୀରାକୁଦ ଡ୍ୟାମ୍ର ୪ଟି ଗେଟ୍। ବର୍ତ୍ତମାନ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଶୁକ୍ରବାର ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଶନିବାର ଦିନ ସେଥିମଧ୍ୟରୁ ୪ ଟି ଗେଟ୍ ବନ୍ଦ କରାଯାଇଛି।ଲଗାତାର ବର୍ଷା କାରଣରୁ ଶୁକ୍ରବାର ହୀରାକୁଦ ଜଳ ଭଣ୍ଡାରର ୨୦ଟି ଗେଟ ଖୋଲା ଯାଇଥିଲା । ଯେଉଁ କାରଣରୁ ଶୁକ୍ରବାର ମୁଣ୍ଡଳୀରେ ୫ ଲକ୍ଷ ୭୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ଆଜି ସେଥିମଧ୍ୟରୁ ୪ଟି ବନ୍ଦ କରାଯାଇଛି । ଅନ୍ୟପଟେ ଆଗାମୀ ୩ ଘଣ୍ଟା ପର୍ଯ୍ୟନ୍ତ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ ରହିବାକୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ଷା ଘଡ଼ଘଡ଼ି ସହ ଝଡ଼ ତୋଫାନର ପୂର୍ବାନୁମାନ କରି କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦୁଝର, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି । ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୩ ଘଣ୍ଟା ମଧ୍ୟରେ ବର୍ଷା ଓ ଘଡ଼ଘଡ଼ି ଘଡ଼ଘଡ଼ି ସହ ଝଟକା ପବନ ( ୩୦-୪୦) କିଲୋମିଟର ପ୍ରତି ଘଣ୍ଟା ହେବାର ସମ୍ଭାବନା ରହିଛି ।
