ବନ୍ଧା ହେଲେ ମୃତ ସାମ୍ବାଦିକାଙ୍କ ସ୍ୱାମୀ

ମଧୁମିତାଙ୍କ ସ୍ୱାମୀଙ୍କ ସହ ପୋଲିସକୁ ଦାୟୀ କରିଛନ୍ତି ପରିବାର ଲୋକ। ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ତାଙ୍କ ପରିବାର। ତେବେ ବୁଧବାର ରାତିରେ ସେ ଟେନ୍‌ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ସେ ମା’ଙ୍କୁ ଭେଟିଥିଲେ। ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ପରେ ଘରକୁ ମୁହଁରେ ଓଢ଼ଣା ବାନ୍ଧି ଘରକୁ ଯାଇଥିଲେ। ସେଠାରେ ମା’ଙ୍କୁ ଭେଟି ଫେରିବା ପରେ ଟ୍ରେନ୍‌ ଆଗକୁ ଡେଇଁଥିବା ସୂଚନା ମିଳିଛି।ସୂଚନା ଅନୁସାରେ, ମଧୁମିତା ମାର୍ଚ୍ଚ ୧ତାରିଖରେ ବିବାହ କରିଥିଲେ। ୫ ବର୍ଷ ସମ୍ପର୍କରେ ରହିବା ପରେ ଏହି ବିବାହ ହୋଇଥିଲା। ଆତ୍ମହତ୍ୟା ପୂର୍ବରୁ ମଧୁମିତା ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭିଡିଓରେ ସେ ସମସ୍ତଙ୍କୁ କ୍ଷମା ମାଗିଛନ୍ତି ।

ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିବା ସେ ଭିଡିଓରେ ଦର୍ଶାଇଛନ୍ତି। ହେଲେ କିଛି ଦିନ ତଳେ ସେ ସ୍ବାମୀଙ୍କ ପରକୀୟା ପ୍ରୀତି ବିଷୟରେ ଜାଣିବାକୁ ପାଇଥିଲେ। ଏହାକୁ ନେଇ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏପରିକି ସେ ଥରେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ଡାକ୍ତରଖାନା ନିଆଯିବାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଦ୍ୱିତୀୟ ଥର ଲାଗି ସେ ଆତ୍ମହତ୍ୟା କରିବାକୁ ମନସ୍ଥ କରି ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।