ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଜୀବିତ ଅଛନ୍ତି
ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଜୀବିତ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ନିକଟରେ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ଝିଅ ଏଶା ଦେଓଲ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି। ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି। ସୂଚନାମୁତାବକ ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ପ୍ରଚାରିତ ହେବା ମାତ୍ରେ , ପୂରା ବଲିଉଡ୍ରେ ନୀରବତା ଖେଳିଗଲା । ସେଲିବ୍ରିଟିମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଚିନ୍ତିତ ହୋଇପଡ଼ିଥିଲେ । ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ସଲମାନ ଖାନ ଏବଂ ଅଭିନେତା ଗୋବିନ୍ଦା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ହସ୍ପିଟାଲକୁ ଯାଇଥିଲେ । ଧର୍ମେନ୍ଦ୍ରଙ୍କୁ ଭର୍ତ୍ତି କରାଯିବା ପରଠାରୁ ସମଗ୍ର ଦେଓଲ ପରିବାର ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ।
