ବରିଷ୍ଠ ଆଇପିଏସ୍ଙ୍କ ପଦୋନ୍ନତି
ବରିଷ୍ଠ ଆଇପିଏସ୍ଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର। ସତ୍ୟଜିତ ନାୟକ, ଉମାଶଙ୍କର ଦାସଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି କେନ୍ଦ୍ରୀୟ ଡେପୁଟେସନରେ ଥିବା ଆର. ପ୍ରକାଶଙ୍କୁ ମଧ୍ୟ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏହା ବ୍ୟତୀତ ଏସ. ସାଇନି ଏବଂ କେନ୍ଦ୍ରୀୟ ଡେପୁଟେସନରେ ଥିବା ସୂର୍ଯ୍ୟା ଥାଙ୍କାପାନଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ଏମ.ଏସ. ସମ୍ପତଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।
