ବରିଷ୍ଠ ବିଜେଡ଼ିନେତା ମୋତିଲାଲ୍ ହଂସଙ୍କ ପରଲୋକ

ଚନ୍ଦାହାଣ୍ଡି-ତା 03/09(ନି:ପ୍ର) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଚକାମାଲ ଗାଁର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୋତିଲାଲ୍ ହଂସଙ୍କ ଆଜି ନିଜ ବାସଭବନରେ ପରଲୋକ ହୋଇଯାଇଛି l ଦୁଇ ଦିନ ପୂର୍ବରୁ ସେ ଦେହ ଅସୁସ୍ଥତା ଯୋଗୁଁ ନବରଙ୍ଗପୁର ଖ୍ରୀଷ୍ଟିୟାନ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ବେଳେ ଆହୁରି ଉନ୍ନତ ଚିକିତ୍ସା ପାଇଁ ଡାକ୍ତର ଅନ୍ୟତ୍ର ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେl ତେବେ ତାଙ୍କୁ ପରିବାର ଲୋକ ସଙ୍କଟାପନ୍ନ ଅବସ୍ଥା ଦେଖି ନିଜ ଘରକୁ ଆଜି ସକାଳେ ଫେରାଇ ଆଣିଥିଲେ l ତେବେ ଆଜି ଅପରାହ୍ନ ପ୍ରାୟ 5 ଟା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା l ସେ ଯକୃତ ଜନିତ ସମସ୍ୟା ସହ ଜଡ଼ିତ ଥିବା ନେଇ ପରିବାର ଲୋକ କହିଥିଲେ l ତେବେ ସେ ଏଥିନେଇ ଚିକିତ୍ସିତ ହେଉଥିବା ପରିବାର ଲୋକ ସୂଚନା ଦେଇଛନ୍ତି l ମୋତିଲାଲ୍ ହଂସ ବିଜେଡି ର ଆଗଧାଡିର ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରୂପେ ବହୁଜନ ସମାଜ ପାର୍ଟି ରୁ ଚନ୍ଦାହାଣ୍ଡି ଜୋନ୍-1 ରୁ ଜିଲ୍ଲା ପରିଷଦ ସଭ୍ୟ ପଦପାଇଁ ନିର୍ବାଚନ ଲଢ଼ି ଜିତି 2007 ରୁ 2012 ପର୍ଯ୍ୟନ୍ତ ଜିଲ୍ଲା ପରିଷଦ ସଦସ୍ୟ ରୂପେ ରହି ଆସିଥିଲେ l ଯାଦବ ସମାଜ ର ଜଣେ ବରିଷ୍ଠ ସମାଜସେବୀ ସହ ବିଭିନ୍ନ ରାଜନୈତିକ ଦଳ ସହିତ ଜୀବନ କାଳ ମଧ୍ୟରେ ସେ ସମ୍ପୃକ୍ତ ରହିଥିଲେ l ରାଜନୈତିକ ଦଳ ସହିତ ସାମାଜିକ ଅନୁଷ୍ଠାନ ସହ ସେ ଜଡ଼ିତ ହୋଇ ରହିଥିବା ବେଳେ ବିଶେଷକରି ନିଜ କର୍ମମୟ ଜୀବନ ଭିତରେ ସମ୍ପୂର୍ଣ୍ଣ ସମୟ ରାଜନୈତିକ କ୍ଷେତ୍ରରେ ଅତିବାହିତ କରିଥିଲେ l ସେ ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ ଭାବେ ପରିଚିତ ଥିବା ବେଳେ ତାଙ୍କର ଦେହାନ୍ତ ଖବର ଶୁଣି ତାଙ୍କର ମିତ୍ର ପ୍ରିୟପାତ୍ର ସମୁହ ଦୁଃଖରେ ଭାଙ୍ଗି ପଡିଛନ୍ତି l ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ହୋଇଥିଲା l ମୃତ୍ୟୁ ସମୟରେ ତାଙ୍କର ପତ୍ନୀ ମୁକ୍ତା ହଂସ, ଭାଇ ପାରେଶ୍ୱର ହଂସ, ବଂଶୀଧର ହଂସ, ପୁତ୍ର ଚୈତନ୍ୟ ହଂସ, ପୁତ୍ରବଧୂ ଉର୍ମିଲା ହଂସ, ପୁତୁରା ଗିରିଧାରୀ ହଂସ, ଶଳା କମଳ କଟା, ନାରାୟଣ କଟା, ରାଜମନ କଟା ସମେତ ପରିବାରର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ l ତାଙ୍କର ମୃତ୍ୟୁ ଖବର ଶୁଣି ପୁର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝୀ, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ,ସମାଜସେବୀ ପୀତାମ୍ବର ସୋରୀ, ଲକ୍ଷ୍ମଣ ମାଝୀ, ହୁମେଶ୍ୱର ହଂସ,ବରିଷ୍ଠ ସାମ୍ବାଦିକ ତଥା ଓକିଲ ମହମ୍ମଦ ହୁସେନ, ବରିଷ୍ଠ ବିଜେପି ନେତା ମଧୁସୂଦନ ନାଗେଶ, ବରିଷ୍ଠ ସାମ୍ବାଦିକ ମହେଶ୍ଵର ଦାସ, ବରିଷ୍ଠ ସମାଜସେବୀ ପ୍ରଦୀପ ଦାଶ,କେଶବ ନାୟକ, ବିରେନ୍ ମିତ୍ର ମାଝୀ, ସାମ୍ବାଦିକ ଅର୍ଜୁନ ଚଣ୍ଡି ସମେତ ମୋତିଲାଲ୍ ହଂସ ଙ୍କ ପ୍ରିୟ ପରିଜନ ସାଙ୍ଗସାଥୀ ଶୋକ ପ୍ରକାଶ କରିଛନ୍ତି l ଆସନ୍ତା କାଲି ମୋତିଲାଲ୍ ହଂସ ଙ୍କ ଶେଷ କୃତ୍ୟ ଆତ୍ମୀୟ ସ୍ବଜନ ଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି l