ବରୁଣ ଧାୱନ ଖୁବ୍ ଶୀଘ୍ର ପିତା ହେବାକୁ ଯାଉଛନ୍ତି।

ବରୁଣ ଧାୱନ ଏବଂ ନତାଶା ଦଲାଲ୍‌ ଖୁବ୍‌ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଦମ୍ପତିଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛି। ଏକ ପଟୋ ସେୟାର କରି ବରୁଣ ଏହା ପ୍ରକାଶ କରିଛନ୍ତି। ଅଭିନେତା ନିଜେ ତାଙ୍କ ପ୍ରଶଂସକଙ୍କୁ ତାଙ୍କ ପତ୍ନୀଙ୍କ ଗର୍ଭଧାରଣ ବିଷୟରେ ସୂଚନା ଦେଇଛନ୍ତି। ବରୁଣ ଏବଂ ନତାଶା ୨୦୨୧ରେ ବିବାହ କରିଥିଲେ, ଯଦିଓ ସେମାନେ ବର୍ଷ ବର୍ଷ ଧରି ପରସ୍ପରକୁ ଜାଣିଥିଲେ।

ବରୁଣଙ୍କ ପୋଷ୍ଟ ବାହାରକୁ ଆସିବା ମାତ୍ରେ ଖୁବ୍‌ ଭାଇରାଲ ହୋଇଛି। ପ୍ରଶଂସକଙ୍କ ସହ ଅନେକ ସେଲିବ୍ରେଟ୍ ମଧ୍ୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।