ବର୍ଷକ ଭିତରେ ‘ଆମ ବସ୍’ ନେଲାଣି ୭ ମୁଣ୍ଡ 

ସ୍ମାର୍ଟସିଟିର ଲାଇଫ ଲାଇନ୍ କୁହାଯାଉଥିବା ‘ଆମ ବସ’ ଏବେ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।ବର୍ଷକ ଭିତରେ ଆମ ବସ୍ ନେଲାଣି ୭ ମୁଣ୍ଡ । ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ହୋଇଛନ୍ତି ଗୁରୁତର ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର ହୋଇଛନ୍ତି ।ତାହା ସହ ସ୍ପିଡ଼ ଲିମିଟକୁ ମଧ୍ୟ ଫିକ୍ସ କରାଯାଇଛି । ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କିମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡିଜେଲ ଚଳିତ ବସ୍ ବେଗ ୪୦ ଓ ରାଜପଥରେ ଚାଲୁଥିବା ଆମ ବସ୍ ଗୁଡ଼ିକର ବେଗ ୫୦ କିମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି,” ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।