ବର୍ଷାରେ ଛାମୁଣ୍ଡିଆ- ମୁଣ୍ଡିଆସାହି ରାସ୍ତା ପଚପଚବଢୁଛି ଅଂଚଳବାସୀଙ୍କ ଅସନ୍ତୋଷ।
ଗଣିଆ ,ବିଶ୍ୱରଂଜନ ସେଠି) ରାସ୍ତାସାରା ଖାଲଖମା । ସେହିଖାଲରେ ଜମି ରହୁଛି ବର୍ଷାପାଣି । ଏପରିକି ରାସ୍ତାସାରା କାଦୁଅରେ ଭର୍ତି । ସେହି କାଦୁଅ ପଚପଚ ରାସ୍ତାରେ ଅଚଳବାସୀ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ରାସ୍ତା ବିପର୍ଯ୍ୟୟର ଏପରି ଏକ ବିରଳ ଦୃଶ୍ୟ ବର୍ଷାଦିନେ ଦେଖିବାକୁ ମିଳୁଛି ନୟାଗଡ଼ ଜିଲା ଗଣିଆ ବ୍ଳକ ଛାମୁଣ୍ଡିଆ ପଂଚାୟତର ଛାମୁଣ୍ଡିଆ- ମୁଣ୍ଡିଆ ସାହି ରାସ୍ତାରେ । ଛାମୁଣ୍ଡିଆ ଠାରୁ ୧ କିମି ଦୁରରେ ରହିଛି ମୁଣ୍ଡିଆ ସାହି । ଏହି ରାସ୍ତାରେ ଗଣିଆ ବ୍ଳକର ଲୋକମାନେ ମୁଣ୍ଡିଆ ସାହି ଦେଇ ବଡ଼ସିଲିଙ୍ଗା ଓ ବଡ଼ମୂଳକୁ ଯାତାୟତ କରିଥାନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବାରମ୍ବାର ଅଭିଯୋଗ କଲାପରେ ମଧ୍ୟ ରାସ୍ତାର ଉନ୍ନତି କରଣ ହେଉନାହିଁ । ପ୍ରତିଦିନ ଏହି ରାସ୍ତାରେ ଲୋକମାନେ ନିଜର ନିତ୍ୟ ବ୍ୟବହାର ଜିନିଷ ପାଇଁ ଗଣିଆ ଆସିବାକୁ ପଡ଼ିଥାଏ । ଏପରିକି ଗତ କାଲି ଲଘୁଜାପ ଜନିତ ବର୍ଷାରେ ଗ୍ରାମର ଜଣେ ମହିଳା ଓ ଛୋଟ ଛୁଆ ବାଇକରୁ ପଡ଼ି ଆହତ ହାଇ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବାର ଦେଖିବାକୁ ମିଳିଛି । ତେବେ ଅଂଚଳବାସୀଙ୍କ ତରଫରୁ ରାସ୍ତାର ଉନ୍ନତି କରଣ କରିବା ପାଇଁ ଦାବୀ ହେଉଛି । ତେବେ ଦେଖିବାକୁ ରହିଲା ସରକାର ଓ ପ୍ରଶାସନ ଏହି ରାସ୍ତା ପ୍ରତି କେବେ ଦୃଷ୍ଟି ଦେଉଛନ୍ତି ।
