ବର୍ଷା ଘଡ଼ଘଡ଼ିରେ ଜଳିଗଲା ଲିଙ୍ଗରାଜଙ୍କ ପତାକା
ଅଘଟଣ ନା ଅଶୁଭ ସଙ୍କେତ। ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି ।ଆଜି ସକାଳେ ମନ୍ଦିର ସେବାୟତ ସବୁ ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇନି।ବୁଧବାର ହୋଇଥିବା ବର୍ଷା ଓ ବଜ୍ରପାତରେ ଏପରି ହୋଇଥିବା ଜଣାପଡିଛି | ସେପଟେ ମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ତୁରନ୍ତ ମରାମତି କରାଯିବ ସହ ଆଗକୁ କିପରି ବଜ୍ରପାତରେ କ୍ଷୟକ୍ଷତି ହେବ ନାହିଁ , ସେସଂପର୍କରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ।
