ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ
ପରଲୋକରେ ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା ।ବଲିଉଡର ସବୁଠୁ ସମ୍ମାନିତ ଓ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରୁ ଜଣେ ଧର୍ମେନ୍ଦ୍ର। ଟିଭିରେ ତାଙ୍କ ମୁଭି ଆସଥିଲେ ପୂରା ପରିବାର ଟିଭି ଆଗରେ ବସିପଡ଼ୁଥିଲା । ୭ ଦଶକରୁ ଅଧିକ ଲମ୍ବା ସମୟର କ୍ୟାରିୟରରେ ୩୦୦ରୁ ଅଧିକ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ଧର୍ମେନ୍ଦ୍ର । ଏଥିରୁ ’ଶୋଲେ’, ଚୁପକୋ ଚୁପକେ’ ’ସୀତା ଔର ଗୀତା’ , ’ଧରମ ବୀର’ ପରି କିଛି ସୁଚପରହିଟ୍ ମୁଭି ଏବେବି ସମସ୍ତଙ୍କ ମନକୁ ଛୁଏଁ ।ଏବେ ଅନେକଙ୍କ କଣ୍ଠକୁ ଛୁଏଁ ଏସବୁ ସିନେମାର ଚିର ସବୁଜ ସଙ୍ଗୀତ । ସୋଲେରେ ତାଙ୍କର ଡାଏଲଗ୍ ତ ସବୁଠୁ ବେଶ୍ ହିଟ୍ ହୋଇଥିଲା ।
ସୁଚନାମୁତାବକ ଗତ ସପ୍ତାହରେ ଧର୍ମେନ୍ଦ୍ର ଅସୁସ୍ଥ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଟିମ ପକ୍ଷରୁ କୁହାଯାଇଥିଲା । କିନ୍ତୁ ଆଜି ତାଙ୍କର ପରଲୋକ ଘଟିଛି ।
