ବଲିଉଡ଼ ଅଭିନେତା ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ ଏବେ ଅଡ଼ୁଆରେ

ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ। ବର୍ତ୍ତମାନ ତାଙ୍କ ପାଇଁ ସମସ୍ୟା ବଢିପାରେ। ଗୌରୀ ଖାନ୍‌ଙ୍କୁ ନୋଟିସ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)।ଲକ୍ଷ୍ନୌସ୍ଥିତ ରିଅଲ ଇଷ୍ଟେଟ କମ୍ପାନୀ ତୁଲସିୟାନୀ ଗ୍ରୁପ୍‌ ମାମଲାରେ ତାଙ୍କୁ ଏହି ନୋଟିସ୍‌ ମିଳିଛି। ସେ ଏହାର ବ୍ରାଣ୍ଡ ଆମ୍ବାସଡର ଅଟନ୍ତି। ଏବେ କମ୍ପାନୀ ବ୍ୟାଙ୍କର ୩୦ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।ଏଣୁୁ ଇଡି ଗୌରୀଙ୍କୁ ପଚରାଉଚରା କରିପାରେ ବୋଲି କୁହାଯାଉଛି।ଗୌରୀଙ୍କୁ ନୋଟିସ ମିଳିଥିବା ବେଳେ ସେ ଏଯାଏ ଏହା ଉପରେ ଉତ୍ତର ରଖିନାହାନ୍ତି। ହେଲେ ତାଙ୍କୁ ଆମ୍ବାସଡର ଭାବେ କମ୍ପାନୀ କେତେ ଟଙ୍କା ଦେଇଥିଲା ତାର ଯାଞ୍ଚ କରାଯିବ। ତାଙ୍କୁ କିଭଳି ଉକ୍ତ ଟଙ୍କା ମିଳିଥିଲା ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ରହିବ। ଏପରିକି ଉଭୟଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମାର କାଗଜପତ୍ର ଯାଞ୍ଚ କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି।