ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍ ଆଇକନିକ୍‌ ୟୁଏଇ ଗୋଲ୍ଡେନ୍‌ ଭିସା ପାଇଛନ୍ତି

ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍ । ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପ୍ରଭାବିତ କରିଛି। ଅଳ୍ପ ସମୟ ମଧ୍ୟରେ ସେ ଏକ ବହୁତ ପ୍ରଶଂସକଙ୍କୁ ଏକାଠି କରିଛନ୍ତି । ଗତ ବର୍ଷ ତାଙ୍କୁ ଚଳଚ୍ଚିତ୍ର ‘ମିମି’ ଲାଗି ଜାତୀୟ ପୁରସ୍କାର ମିଳିଥିଲା। ଏବେ ଅଭିନେତ୍ରୀଙ୍କୁ ବର୍ଷ ଆରମ୍ଭରୁ ଆଉ ଏକ ବଡ଼ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ଏବେ ଆଇକନିକ୍‌ ୟୁଏଇ ଗୋଲ୍ଡେନ୍‌ ଭିସା ପାଇଛନ୍ତି। ଏହି ତାଲିକାରେ ବଲିଉଡର ଅନ୍ୟ ସେଲିବ୍ରିଟିମାନେ ମଧ୍ୟ ସାମିଲ ହୋଇଛନ୍ତି। ଶାହାରୁଖ ଖାନ, ରଣବୀର ସିଂ ଏବଂ ବହୁ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ସେଲିବ୍ରେଟଙ୍କ ନାମ ପଞ୍ଜୀକୃତ ହୋଇସାରିଛି।

୨୦୧୯ରେ ୟୁଏଇରେ ଗୋଲ୍ଡେନ୍‌ ଭିସାର ଆରମ୍ଭ କରାଯାଇଥିଲା। ଏହି ସମ୍ମାନ ମିଳିବା ନେଇ କ୍ରିତି ନିଜର ଖୁସିବ୍ୟକ୍ତ କରିଛନ୍ତି। ଦୁବାଇ ତାଙ୍କୁ ବେଶ ଭଲ ଲାଗେ। ଏହାର ସୁନ୍ଦର ସଂସ୍କୃତିର ଅଂଶ ହେବାକୁ ନେଇ ଉତ୍ସୁକ ବୋଲି ସେ କହିଛନ୍ତି।