ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ବଲିଉଡ ଅଭିନେତା ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି । ଘରେ ଅଚେତ ହୋଇ ପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ତାଙ୍କର ବନ୍ଧୁ ତଥା ଆଇନଜୀବୀ ଲଳିତ ବିନ୍ଦଲ ଏନେଇ ସୂଚନା ଦେଇଛନ୍ତି । ରିପୋର୍ଟ ଅନୁସାରେ ଅଚେତ ହେବାରୁ ତାଙ୍କ ଅବସ୍ଥା ବିଗିଡିଛି। ଗତକାଲି ସକାଳେ ସବୁ କିଛି ଠିକ ଥିଲା । ତେବେ ରାତିରେ ସେ ହଠାତ ବେହୋସ ହୋଇଥିଲେ । ରାତି ୧ଟାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ଡାକ୍ତରୀ ଟେଷ୍ଟ ହୋଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି ।