ବଲିଉଡ ଅଭିନେତ୍ରୀ ଓ ଗାୟିକା ସୁଲକ୍ଷଣା ପଣ୍ଡିତଙ୍କର ପରଲୋକ
ଆଉ ନାହାନ୍ତି ବର୍ଷୀୟାନ ବଲିଉଡ୍ ଅଭିନେତ୍ରୀ ତଥା ଗାୟିକା ସୁଲକ୍ଷଣା ପଣ୍ଡିତ । ଗୁରୁବାର ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି ରୋଗଗ୍ରସ୍ତ ଥିଲେ । ସୁଲକ୍ଷଣା କେବଳ ଜଣେ ଅଭିନେତ୍ରୀ ନ ଥିଲେ, ତାଙ୍କର କଣ୍ଠର ଯାଦୁ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି । ୭୦- ୮୦ ଦଶକରେ ଚଳଚ୍ଚିତ୍ର ଉଲଝନ, ସଂକୋଚ, ଅପନାପନ , ହେରାଫେରି ସିନେମାରେ ଅଭିନୟ କରିଥିଲି । ଗତକାଲି ରାତିରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି । ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଛତିଶଗଡ଼ର ରାୟଗଡ଼ରେ ୧୯୫୪ ଜୁଲାଇ ୧୨ରେ ସେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୯ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ସୁଲକ୍ଷଣା । ପ୍ରଥମ ଥର ପାଇଁ ୧୯୬୭ରେ ଏକ ଫିଲ୍ମରେ ଗୀତ ଗାଇବାକୁ ତାଙ୍କୁ ସୁଯୋଗ ମିଳିଥିଲା । ୧୯୬୭ରେ ଫିଲ୍ମ ‘ତକ୍ଦୀର’ରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସହ ସେ ଗାଇଥିବା ‘ସାତ୍ ସମନ୍ଦର ପାର୍ ସେ’ ଗୀତ ଜୋରଦାର ହିଟ୍ ହୋଇଥିଲା । ଚଳଚ୍ଚିତ୍ର ‘ସଂକଳ୍ପ’ରେ ‘ତୁ ହି ସାଗର ତୁ ହି କିନାରା’ ଗୀତ ପାଇଁ ତାଙ୍କୁ ଫିଲ୍ମଫେୟାର ଆୱାର୍ଡ ମିଳିଥିଲା ।
