ବଲିଉଡ ଅଭିନେତ୍ରୀ କରିନା କପୁର ଖାଁଙ୍କ ସମସ୍ୟା ବଢିଛି। 

ବଲିଉଡ ଅଭିନେତ୍ରୀ କରିନା କପୁର ଖାଁଙ୍କ ସମସ୍ୟା ବଢିଛି। ତାଙ୍କ ପୁସ୍ତକର ଟାଇଟଲକୁ ନେଇ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ। ବଲିଉଡ ବେବୋ ତାଙ୍କର ପ୍ରେଗ୍ନେସି ଜର୍ନିକୁ ନେଇ ଏକ ପୁସ୍ତକ ଲେଖିଥିଲେ, ଯାହାର ନାମ ଦେଇଥିଲେ ‘କରିନା କପୁର ଖାନ୍ସ ପ୍ରେଗ୍ନେସି ବାଇବେଲ’। ପୁସ୍ତକର ନାମରେ ବାଇବେଲ ଶବ୍ଦଥିବାରୁ ଏହା ବିରୋଧରେ ଜବଲପୁରର ଜଣେ ଖ୍ରୀଷ୍ଟିଆସ ସମାଜସେବୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଏହାପରେ କୋର୍ଟ କରିନାଙ୍କୁ ନୋଟିସ ପଠାଇଛନ୍ତି।ଜବଲପୁରର ଖ୍ରୀଷ୍ଟିୟାନ୍ ସମାଜସେବୀ କ୍ରିଷ୍ଟୋଫର ଆନ୍ଥୋନୀ ଏହି ବହିର ନାଁ ଉପରେ ଆପତ୍ତି ଜାହିର କରିଥିଲେ । ମଧ୍ୟପ୍ରଦେଶ ହାଇକୋର୍ଟରେ ସେ ଏନେଇ ଏକ ଯାଚିକା ମଧ୍ୟ ଦାୟର କରିଥିଲେ । ଯାହ ଉପରେ ଆକ୍ସନ ନେଇ କୋର୍ଟ, କରୀନା କପୁର ଏବଂ ଏହି ବହି ବିକୁଥିବା ଲୋକଙ୍କୁ ଜବାବ ମାଗିଛି ।ଜବଲପୁରର ସାମାଜିକ କର୍ମୀ ଆନ୍ଥୋନି ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ ବହିର ଶୀର୍ଷକରେ “ବାଇବେଲ” ଶବ୍ଦର ବ୍ୟବହାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାବନାକୁ କ୍ଷତି ପହଞ୍ଚାଇଛି। ସେ କହିଛନ୍ତି ଯେ ବାଇବେଲ୍‌ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ଏବଂ କରୀନା କପୁର ଖାନଙ୍କ ଗର୍ଭଧାରଣକୁ ବାଇବେଲ୍‌ ସହିତ ତୁଳନା କରିବା ଭୁଲ ଅଟେ। ଆନ୍ଥୋନି ଆହୁରି ବି କହିଛନ୍ତି ଯେ ଅଭିନେତ୍ରୀ ତାଙ୍କ ପୁସ୍ତକର “ଶସ୍ତା ପ୍ରଚାର” ପାଇଁ ଏହି ଶବ୍ଦ ବ୍ୟବହାର କରିଛନ୍ତି।ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ଏହି ଉନ୍ମୋଚିତ ହେଇଥିଲା । ଯେଉଁଥିରେ ୪୩ ବର୍ଷୀୟ କରୀନା କପୁର ନିଜ ଗର୍ଭବସ୍ଥାର ଯାତ୍ରା ବର୍ଣ୍ଣନା କରିଥିଲେ ।