ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ବିଜେପି ସାଂସଦ କଙ୍ଗନା ରାଣାୱତ ଖାଇଲେ ଚାପୁଡ଼ା।

ଗୁରୁବାର ଚଣ୍ଡୀଗଡ ଏୟାରପୋର୍ଟରେ ଦିଲ୍ଲୀ ଯିବା ସମୟରେ ଜଣେ ସିଆଇଏସଏଫ୍ ଯବାନ କଙ୍ଗନାଙ୍କୁ ଚାପୁଡା ମାରିଛନ୍ତି । କଙ୍ଗନାଙ୍କୁ ଚାପୁଡା ମାରିବା ପରେ ଉକ୍ତ ସିଆଇଏସଏଫ୍ ଯବାନଙ୍କୁ ହେପାଜତକୁ ନିଆଯାଇଛି । ତେବେ କଙ୍ଗନାଙ୍କ ଅଭିଯୋଗ ମୁତାବକ, ସେ ଦିଲ୍ଲୀ ଯିବା ପାଇଁ ଚେକିଂ କରିବା ସହ ବୋଡିଂ ପାଇଁ ଯାଉଥିଲେ । ଏହି ସମୟରେ କୁଲବିନ୍ଦର କୌର ନାମକ ଜଣେ ସିଆଇଏସଏଫ୍ ଯବାନ ତାଙ୍କୁ ଚାପୁଡା ମାରିଥିଲେ । ଏନେଇ କଙ୍ଗନା ସୁରକ୍ଷା କର୍ମୀଙ୍କ ବିରୋଧରେ ଅଭିଯୋଗ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

କୁହାଯାଉଛି ଯେ, କୃଷକଙ୍କ ସମ୍ପର୍କରେ କଙ୍ଗନାଙ୍କ ବୟାନକୁ ନେଇ କୁଲବିନ୍ଦର କୌର ତାଙ୍କ ଉପରେ ରାଗିଥିଲେ।ସୂଚନା ଅନୁସାରେ, କଙ୍ଗନା ଚଣ୍ଡିଗଡ଼ରୁ ଦିଲ୍ଲୀ ଯିବା ପାଇଁ ଶହୀଦ ଭଗତ ସିଂହ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସିକ୍ୟୁରିଟି ଯାଞ୍ଚ ପାଇଁ ଯାଇଥିବାବେଳେ ସିଆଇଏସଏଫ ଗାର୍ଡ ଜଣକ ତାଙ୍କୁ କହିଥିଲେ ଯେ, ମାଡାମ୍‌ ଆପଣ ବିଜେପିରୁ ଜିତିଛନ୍ତି। ଆପଣଙ୍କ ଦଳ କୃଷକମାନଙ୍କ ପାଇଁ କାହିଁକି କିଛି କରୁନାହିଁ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାପରେ ସିଆଇଏସଏଫ ଗାର୍ଡ଼ କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।