ବ୍ଳକ ଶିକ୍ଷା ଅଧିକାରୀ ଓ ସହକାରୀ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
ଗଣିଆ,( ବିଶ୍ୱରଂଜନ ସେଠି) ବୁଧବାର ଦିନ ଗଣିଆ ବ୍ଳକର ବ୍ଳକ ଶିକ୍ଷା ଅଧିକାରୀ ଓ ଜଣେ ସହକାରୀ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଗଣିଆ ଶିକ୍ଷକ ଭବନ ପରିସରରେ ଏବିଇଓ ରବୀନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ବନଲତା ବେହେରା ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତାଭାବେ ଖଣ୍ଡପଡ଼ା ବ୍ଳକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର କର, ବିଶିଷ୍ଟ ଅତିଥିଭାବେ ଦଶପଲା ବିଇଓ ଭକ୍ତବିନୋଦ ସାହୁ, ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ବିଇଓ, ନୂଆଗାଁ ପ୍ରସାନ୍ତ କୁମାର ସାହୁ, ଜିଲା ବିଜ୍ଞାନ ନୀରିକ୍ଷକ ଶରତ ଚନ୍ଦ୍ର ସାହୁ, ଜିଲା ଶିକ୍ଷା ପ୍ରଶିକ୍ଷକ ମାନସ କୁମାର ସାହୁ, ଏବିଇଓ ନିରୁପମା ମହାପାତ୍ର, ବିଆରସିସି ବିନୋଦିନୀ ପଣ୍ଡା, ଅବସରପ୍ରାପ୍ତ ଏବିଇଓ ଭାପୁର ସୁବାଷ ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ବ୍ଳକ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ରାଉତରାୟଙ୍କୁ ଫୁଲତୋଡ଼ା, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଅତିଥିମାନେ ବିଦାୟୀ ଶିକ୍ଷା ଅଧିକାରୀଙ୍କ ବ୍ୟକ୍ତିଗତ ଜୀବନର ସ୍ନେହୀ, ସମୟାନୁବର୍ତିତା, କାର୍ଯ୍ୟଦକ୍ଷତା, ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ପ୍ରତି ସମ୍ବେଦନଶୀଳତା, ଓ ସମସ୍ତଙ୍କୁ ଉଚିତ ସମୟରେ ଉଚିତ ମାର୍ଗଦର୍ଶନ କରିବା ଆଦି ସମ୍ପର୍କରେ ନିଜ ନିଜର ଅଭିଭାଷଣରେ କହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ବାମନ ଚରଣ ବାରିକି ସଂଯୋଜନା କରିଥିବାବେଳେ ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସେହିପରି ଡଙ୍କାରିସାହି ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ କୁମାର ମହାନ୍ତିଙ୍କୁ ଛାତ୍ରଛାତ୍ରୀ, ଓ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ଦ୍ୱାରା ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି ।

ଉକ୍ତ ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ମହାରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଯୋଗଦାନ କରିଥିବାବେଳେ ମୁଖ୍ୟବକ୍ତାଭାବେ ବରିଷ୍ଠ ନାଗରିକ ମଂଚର ସଭାପତି ଗିରିଶ କୁମାର ମିଶ୍ର, ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦଙ୍କ ବ୍ଳକ ପ୍ରତିନିଧି ଶରତ କୁମାର କର, ଗଣିଆ ବ୍ଳକର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର, ସିଆରସିସି ସୁଶାନ୍ତ କୁମାର ରଣା, ପୂର୍ବତନ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଶିକ୍ଷକମାନଙ୍କୁ ଫୁଲତୋଡ଼ା, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ରଛାତ୍ରୀ ଓ ଅତିଥିମାନେ ବିଦାୟୀ ଶିକ୍ଷକମାନଙ୍କ ସଂପର୍କରେ ଗୁଣଗାନ କରିବା ସହିତ ସେମାନଙ୍କ ବ୍ୟକ୍ତିଗତ ଜୀବନର ସ୍ନେହୀ, ଛାତ୍ରବତ୍ସଳ ସମୟାନୁବର୍ତିତା ଶିକ୍ଷକ ଥିଲେ ବୋଲି ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ସଭା ସାଙ୍ଗ କରାଯାଇ ବିଦାୟୀ ଶିକ୍ଷକମାନଙ୍କୁ ସଂକିର୍ତନ କରି ନିଜ ଗୃହରେ ଛାଡ଼ି ଆସିଥିଲେ ।
