ବଳଭଦ୍ର ପୁର ଗ୍ରାମରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ସମାଗମ ରେ ବୁଢ଼ା ଭୈରବ ଙ୍କ ଝାମୁ ଯାତ୍ରା ସମ୍ପନ୍ନ ହେଲା

କଳାହାଣ୍ଡି : ଶେଖର ସୁମନ ଦାଶ (HR TV ଓଡ଼ିଆ ) ଲାଞ୍ଜିଗଡ ବ୍ଲକ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ବଳଭଦ୍ର ପୁର ଗ୍ରାମରେ ବୁଢା ଭୈରବ ଙ୍କ ଝାମୁଯାତ୍ର ଅନୁଷ୍ଠିତ ହୋଇ ଯାଇ ଅଛି l ଏଥିରେ କଳାହାଣ୍ଡି ସମେତ ପଡୋଶୀ ଜିଲ୍ଲା ରାୟଗଡା ଓ କନ୍ଧମାଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇ ବୁଢ଼ା ଭୈରବ ଙ୍କ ଆଶୀର୍ବାଦ ନେଇ ଥିଲେ ଏହି ଅବସର ରେ ଯୁବ ସମାଜ ସେବୀ ତଥା ଲାଞ୍ଜିଗଡ ଭାରତୀୟ ଜନତା ପାର୍ଟି ର କର୍ମୀ ସୁଶାନ୍ତ ଗଉଡ଼ ସାମିଲ ହୋଇ ଆଶୀର୍ବାଦ ନେଇ ଥିଲେ l

ବୁଢ଼ା ଭୈରବ ଙ୍କ ପୂଜକ ତ୍ରିନାଥ ମାଳି ଓ ଦୀନବନ୍ଧୁ ପୂଜାର୍ଚନା କରି ଥିବା ବେଳେ ସେବକ କୃଷ୍ଣ କଟ୍ଟା,କେଦାର ଚଣ୍ଡୀ,ବିବିଷଣ ଚଣ୍ଡୀ,ମୁରଲୀ ଚଣ୍ଡୀ,ନିରଞ୍ଜନ ଚଣ୍ଡୀ ଓ ଶଶୀଧର ଚଣ୍ଡୀ ଉପସ୍ଥିତ ରହି ସହଯୋଗ କରି ଥିଲେ l ଭାଦ୍ରବ ଦଶମୀ ନୂଆଖାଇ ପରେ ଦ୍ୱାଦଶୀ ତିଥିରେ ନଦୀରୁ ବାଲି କାଡି ବିଭିନ୍ନ ଶସ୍ୟ ଗଜା କରିବା ପରେ ଝାମୁ ଯାତ୍ରା ଦିନକ ପୂର୍ବରୁ ପୂଜାର୍ଚନା ଓ ଝାମେରା କଣ୍ଟା ଦୋଳିରେ ବସି ଲୋକଙ୍କ ଗୁହାରି ଶୁଣି ଥିଲେ ବୁଢ଼ା ଭୈରବ l ଶହ ଶହ ବର୍ଷ ଧରି ଲୋକବିଶ୍ୱାସ ଓ ପରମ୍ପରା କ୍ରମେ ଏହି ଝାମୁଯାତ୍ର ପାଳିତ ହୋଇ ଆସୁ ଥିବାବେଳେ ଅଞ୍ଚଳ ବାସି ଏହି ଦିନ କୁ ଚାତକ ଭଳି ଚାହିଁ ବସିଥାନ୍ତି l ସେହିପରି ବ୍ଲକ ର ବାନ୍ଧପାରୀ, ବିଶ୍ୱନାଥ ପୁର ଓ କଦମଗୁଡା ରେ ମଧ୍ୟ ଝାମୁ ଯାତ୍ରା ଶହ ଶହ ଶ୍ରଦ୍ଧାଳୁ ଙ୍କ ଗହଣରେ ପାଳିତ ହୋଇ ଯାଇ ଅଛି l