ବସ ଭିତରେ ଯାତ୍ରୀଙ୍କୁ ହାଣିଲେ: ୪ ଗୁରୁତର
ହରସପଡାରୁ ସୁକଳ ଯାଉଥିବା ଆମ ବସରେ ଅଘଟଣ । ବିନ୍ଧନ ଛକଠାରେ ଜଣେ ଯୁବକ ବସରେ ଚଢି ବସିଥିବା ଯାତ୍ରୀମାନଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଫଳରେ ଆକ୍ରମଣକାରୀଙ୍କ ସମେତ ୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । କଣାସ ମେଡିକାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ତେବେ ଦିନ ଦିପହରେ ଏଭଳି ଘଟଣା କିଏ ଓ କାହିଁକି ଘଟାଇଲା ତାସ୍ର କାରଣ ସ୍ପଷ୍ଟ ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।
