ବହୁଚର୍ଚ୍ଚିତ ରାପର ଅଭିନବ ସିଂ ମୃତ୍ୟୁ ମାମଲା, ଗିରଫ ହେଲେ ପତ୍ନୀ

ବହୁଚର୍ଚ୍ଚିତ ରାପର ‘ଜଟର୍ଣ୍ଣଟ’ ବା ଅଭିନବ ସିଂହ ମୃତ୍ୟୁ ମାମଲା । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଅଭିନବଙ୍କ ପତ୍ନୀ ଗିରଫ । ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲାଲ୍‌ବାଗ ଥାନା ପୋଲିସ । ୨୫୮ ଦିନର ତଦନ୍ତ ପରେ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ପ୍ରାରମ୍ଭିକ ରିପୋର୍ଟରେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସନ୍ଦେହ କରାଯାଉଥିଲା। କିନ୍ତୁ ପରିବାର ଲୋକେ ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କରି ଥାନାରେ ଏତଲା ଦେଇଥିଲେ। ସେହି ଅନୁସାରେ ଘଟଣାର ତଦନ୍ତ ଜାରି ରଖିଥିଲା ପୋଲିସ। ତଦନ୍ତରେ ଜଣାପଡିଲା ଯେ ମୃତକଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ଉସକେଇଛନ୍ତି ଆତ୍ମହତ୍ୟା ପାଇଁ।ଅନ୍ୟପଟେ ଅଭିନବଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଯୌତୁକ ନିର୍ଯାତନା ଭଳି ସଙ୍ଗୀନ ମାମଲା ରୁଜୁ କରିଥିଲେ ଦୀପିକା । ହେଲେ ଏବେ ପୋଲିସ ଘଟଣାର ତଦନ୍ତ କରି ପତ୍ନୀ ଉତ୍କଳ ଦୀପିକା ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ସୂଚନା ଥାଉକି ଅଭିନବ ସିଂ କଟକର କାଲିଗଳିର ବାସିନ୍ଦା ଥିଲେ ଏବଂ ପେଶାରେ ଜଣେ ଇଞ୍ଜିନିୟର ଥିଲେ। ସେ ବେଙ୍ଗାଲୁରୁରେ କାମ କରୁଥିଲେ। ଯେଉଁଠାରେ ସେ ଆତ୍ମହତ୍ୟା କରିଥିଲେ। । ପୁଅର ମୃତ୍ୟୁ ପାଇଁ ବୋହୂକୁ ଦାୟୀ କରିଥିଲେ ମୃତକଙ୍କ ପରିବାର । ପତ୍ନୀ ଉତ୍କଳ ଦୀପିକା ରାଉତଙ୍କ ଦ୍ୱାରା ଧମକ, ବ୍ଲାକମେଲିଂ ଏବଂ ବାରମ୍ବାର ମିଥ୍ୟା ମାମଲା ରୁଜୁ କରାଯିବାର ଚାପରେ ସେ ନିରାଶ ହୋଇ ଏହି ଚରମ ପଦକ୍ଷେପ ନେଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା ।