ବହୁଦିନ ପରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ଭକ୍ତଙ୍କୁ ସୁଯୋଗ ମିଳିଲା।

କଟକ ମହାନଦୀ ପଠାରେ ଥିବା ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବାର ଭକ୍ତଙ୍କୁ ସୁଯୋଗ ମିଳିଛି। ଆଜି ଧବଳେଶ୍ୱର ପୀଠକୁ ଯାଇ ଠାକୁରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିପାଇଁ ମହାନଦୀ ପଠାରେ ଚାଲିଥିବା ଅସ୍ଥାୟୀ ବାଲିବନ୍ଧ ରାସ୍ତା ନିର୍ମାଣ କାର୍ଯ୍ୟ ସରିଛି।

୩୫ ଲକ୍ଷ ଟଙ୍କାରେ ନିର୍ମିତ ଏହି ବାଲିବନ୍ଧ ରାସ୍ତା ପାଇକେରାପୁର ତୁଠଠାରୁ ଧବଳେଶ୍ବରଙ୍କ ପଠାରେ ଥିବା ପର୍ଯ୍ୟଟନ ବିଭାଗ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ୨କିଲୋମିଟର ଲମ୍ବ ହେବ।ଯାହା, ଗୁଜରାଟ ଝୁଲାପୋଲ ଅଘଟଣ ପରେ କଟକ ଜିଲା ପ୍ରଶାସନ ତତ୍ପରତା ଦେଖାଇ ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲାପୋଲର ମରାମତି କରିବାକୁ କହି ପୀଠ ପରିସରରେ ଅନିର୍ଦ୍ଦିଷ୍ଟକାଳ ପାଇଁ ୧୪୪ ଧାରା ଲଗାଯାଇଥିଲା।

କିନ୍ତୁ ଏବେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଏହି ରାସ୍ତାରେ ଶ୍ରଦ୍ଧାଳୁ ପ୍ରାୟ ୨କି.ମି. ଚାଲିକରି କିମ୍ବା ବାଇକ୍‌, ଅଟୋ ଆଦିରେ ଯାଇପାରିବେ। ଅପରପକ୍ଷେ ଝୁଲାପୋଲ ଉପରେ ଯାତାୟାତ ପାଇଁ ହୋଇଥିବା କଟକଣା ବଳବତ୍ତର ରହିବ ବୋଲି ଉପଜିଲାପାଳ ସ୍ବାଇଁ କହିଛନ୍ତି।