ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ାଯିବ,ଆଇନକୁ ହାତକୁ ନନେବାକୁ ଅପିଲ- ଆଇନ ମନ୍ତ୍ରୀ
ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଆକ୍ରମଣ ପରେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶୀଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ଓଡ଼ିଶାରେ ବି ସମାନ ସ୍ଥିତି।ବେଆଇନ ପ୍ରବେଶ ଭୁଲ କିନ୍ତୁ ଆଇନକୁ ହାତକୁ ନନେବାକୁ ଆଇନ ମନ୍ତ୍ରୀ ଅପିଲ କରିଛନ୍ତି।ଯେଉଁମାନେ ଆଇନ ଦୃଷ୍ଟିରୁ ଆମର ନାଗରିକ ନୁହଁନ୍ତି ତାଙ୍କ ଦେଶକୁ ତଡିବା ପାଇଁ ନୈତିକତା ଦେଖାଇଛୁ। ଆଗାମୀ ଦିନରେ ଦେଖାଇବୁ। ଗୋଟିଏ କଥା ସ୍ପଷ୍ଟ ଯେଉଁମାନେ ବେଆଇନ ଭାବେ ଆମ ଦେଶକୁ ପ୍ରବେଶ କରିଛନ୍ତି ତାଙ୍କୁ ଚିହ୍ନଟ କରି ତାଙ୍କ ଦେଶକୁ ପଠାଯିବ। କିନ୍ତୁ ଲୋକମାନେ ଲୋକେ ଏଭଳି କୌଣସି କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ସରକାର ଅପିଲ କରିଛନ୍ତି।
