ବାଇକି ଧକ୍କାରେ ଜଣେ ମୃତ୍ୟୁ ଜଣେ ଗୁରୁତର।
ପୁରୀ-26/04/2025 ପୁରୀ ଜିଲ୍ଲା ଗୋପ ବ୍ଳକ କୋଣାର୍କ ଥାନା ଅଧିନରେ ଥିବା ବଗଳେଇ ଛକରେ ଭୟାଭୟ ଦୃର୍ଘଟଣା ଜଣେ ସ୍ଥାନୀୟ ଲୋକ ମୃତ୍ୟୁ ବାଇକି ଆରୋହି ଗୁରୁତର। ଖବର ପାଇଁ କୋଣାର୍କଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ସହ ଏସ୍ଆଇ ତିନିଜଣ ପହଞ୍ଚି ବାଇକି ଆରୋହିଙ୍କୁ ଗୋପ ମେଡିକାଲ ପଠାଇଥିଲେ। ସେଠାରେ ପ୍ରାଥମିକଚିକିତ୍ସାପରେ ଭୂବନେଶ୍ୱର ସ୍ଥାନାନ୍ତରିତ ହୋଇଥିବା ସୂଚନା ରହିଛି। ମୃତ୍ୟୁ ବେକ୍ତି ସରୋଜ ପାତ୍ର ଘର ବଗଳେଇର ହୋଇଥିବା ବେଳେ ଅନ୍ୟ ଜଣେ ବାଇକି ଆରୋହି ନାରାୟଣ ଦଳାଇ ଏରବଙ୍ଗ ଗ୍ରାମର ବୋଲି ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ବାଇକି ଆରୋହି ନାରାୟଣ କୋଣାର୍କରୁ ଘରକୁ ଫେରିବା ବାଟରେ ସୋଇବାକୁ ଯାଉଥିବା ସରୋଜ ପାତ୍ରଙ୍କୁ ବଗଳେଇ ଛକ ଠାରେ ଧକ୍କାଦେଇ ରାସ୍ତା କଡରେ ପଡିଥିବା ବେଳେ ସରୋଜ ମୁଖ୍ୟ ରାସ୍ତାରେ ପଡିରହିଥିଲେ।

ସ୍ଥାନୀୟ ଲୋକେ 108,କୋଣାର୍କ ପୋଲିସଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ଦୁଇଟି ଆମ୍ବୁଲାନ୍ସ ସହ ପୋଲିସ ଗାଡି ଓ ଅଗ୍ନିଶମ ବିଭାଗ ଗାଡି ପହଞ୍ଚିଥିଲା। ଯାହାକୁନେଇ ପ୍ରାୟ ଦୁଇ ଘଣ୍ଟା ଭୂବନେଶ୍ୱର କୋଣାର୍କ ରାସ୍ତା ବଗଳେଇ ଛକଠାରେ ରାସ୍ତା ରୋକ କରିଥିଲେ। ସ୍ଥାନୀୟ ଲୋକେ। ଘଟଣା ସ୍ଥାନରେ କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ଉଠିଥିଲା। ପରେ ସରୋଜଙ୍କ ଶରୀର ଗୋପ ମେଡିକାଲ ପଠାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସ,ପୋଲିସ ଓ ଅଗ୍ନିଶମବିଭାଗ ଗାଡି ବିଳମ୍ବରେ ପହଞ୍ଚିବାରୁ ଜଣଙ୍କର ମୃତ ହେବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ପୁରୀରୁ ପ୍ରକାଶ କାଣ୍ଡି
