ବାଇଶିପଲ୍ଲୀ ଗୋ ଅଭୟlରଣ୍ୟ ପାଈଁ ରାଷ୍ଟ୍ରପତିଙ୍କ ଉଦେଶ୍ୟ ରେ ଦାଵୀପତ୍ର

ଗଣିଆ -(ବିଶ୍ୱରଂଜନ ସେଠି) ଗଣିଆ ବ୍ଲକର ଆଦିବାସୀ ଅଞ୍ଚଳ ରୂପେ ବଡସିଲିଙ୍ଗା ପଞ୍ଚାୟତ ତଥା ବାଇଶିପଲ୍ଲୀ ବିକାଶ ପରିଷଦ ପକ୍ଷରୁ ସାତକୋଶିଆ ଅଭୟାରଣ୍ୟକୁ ‘ଗୋ-ଅଭୟାରଣ୍ୟ’ ଭାବେ ଘୋଷଣା କରିବା ପାଇଁ ମଙ୍ଗଳବାର ଦିନ ଗଣିଆ ତହସିଲଦାର ଐଶ୍ୱର୍ଯ୍ୟl ପୃସେଠଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l ​ ବାଇଶିପଲ୍ଲୀ ବିକାଶ ପରିଷଦର ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ଗଣିଆ ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଥିଲା l ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବ୍ୟାଘ୍ର ପ୍ରକଳ୍ପ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଗୋ-ସମ୍ପଦର ସୁରକ୍ଷା ଓ ଗୋ-ପାଳନ କ୍ଷେତ୍ରରେ ଅନେକ ବାଧା ସୃଷ୍ଟି ହେଉଛି।

​ ଜୀବନଜୀବିକା ନିର୍ଭର କରୁଥିବାରୁ ବ୍ୟାଘ୍ର ପ୍ରକଳ୍ପ କାରଣରୁ ସ୍ଥାନୀୟ ଲୋକମାନେ ଜଙ୍ଗଲ ଉପରେ ନିର୍ଭର କରି ପାରୁନାହାଁନ୍ତି, ଯାହାଫଳରେ ସେମାନଙ୍କର ପାରମ୍ପରିକ ଗୋ-ପାଳନ ବ୍ୟବସାୟ ଓ ଜୀବନଜୀବିକା ପ୍ରଭାବିତ ହେଉଅଛି l ବାଇଶିପଲିଅଞ୍ଚଳକୁ’ଗୋ-ଅଭୟାରଣ୍ୟ’ଭାବେ ଗୋ-ସେବା ସହିତ ସ୍ଥାନୀୟ ଅର୍ଥନୀତି ଓ ବିକାଶରେ ସହାୟକ ହେବ ବୋଲି ପରିଷଦ ପକ୍ଷରୁ ପ୍ରକାଶ କରିଛନ୍ତି l ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବାଇଶିପଲ୍ଲୀ ଅଭୟାରଣ୍ୟ ମିଳିତ ଭାବେ ଅନୁଗୁଳ,ନୟାଗଡ଼, ବୌଦ୍ଧ ଓ କଟକ ଜିଲ୍ଲାର କିଛି ଅଂଶକୁ ନେଇ ଗଠିତ। ଗୋ ସମ୍ପଦ ର ସୁରକ୍ଷା ହେଲେ ମାନବ ସମାଜ ଉତଥାନ ହେବ ବୋଲି ଜଗନ୍ନାଥ ଦଳ ସେବକ ତଥା ସନ୍ଥ ଲାଳିତ ନାରାୟଣ ଦାସ ପ୍ରକାଶ କରିଛନ୍ତି l