ବାଉଁଶ ସାହାଯ୍ୟରେ କଟକ ଚୌଦ୍ବାର ଜେଲ୍ ରୁ ୨ ଡକାୟତ ଫେରାର
କଟକ ଜିଲାର ଚୌଦ୍ବାର ଜେଲ୍ରୁ ଦୁଇ ହାର୍ଡକୋର କଏଦୀ ଫେରାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଦୁଇ କଏଦୀ ଜେଲ୍ର ସେଲ୍ କାଟି ପଳାୟନ କରିଥିବା ସୂଚନା ମିଳିଛି। ଏହି ଘଟଣା ଜେଲ୍ ସୁରକ୍ଷା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।ପାଣିକୋଇଲି ଅଞ୍ଚଳର ଏକ ସୁନା ଦୋକାନରୁ ଲୁଟ୍ କରିଥିଲେ । ଲୁଟ୍ ବେଳେ ଅଳଙ୍କାର ଦୋକାନ ଉପରକୁ କରିଥିଲେ ଗୁଳିମାଡ଼। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ସୁନା ଚୋରି ଓ ମର୍ଡର କେସ୍ ରେ ସମ୍ପୃକ୍ତ ଥିଲେ ୨ ଡକାୟତ । ଫେରାର କଏଦୀଙ୍କୁ ଧରିବା ପାଇଁ କଟକ ଜୋନ-୧ ଏସିପି ଓ ଚୌଦ୍ୱାର ଥାନା ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ସୂଚନା ମୁତାବକ, ଉଭୟ କଏଦୀ ଜେଲ୍ର ସେଲ୍ରେ ଥିବା ଲୁହା ରଡ଼କୁ କାଟି ପଳାୟନ କରିଥିବା ଜଣାପଡ଼ିଛି।
