ବାତ୍ୟା ‘ମିଗ୍‌ଜୋମ୍‌’ରେ ଫସି ରହିଥିଲେ ବଲିଉଡ୍‌ ଅଭିନେତା ଆମିର ଖାଁ।

ସାଇକ୍ଲୋନ୍‌ ‘ମିଗ୍‌ଜୋମ୍‌’ ଚେନ୍ନାଇରେ ବଡ ବିପଦ ସୃଷ୍ଟି କରିଛି। ଗତ ଦୁଇ ଦିନ ହେବ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷାରେ ହନ୍ତସନ୍ତ ‌ହେଉଛନ୍ତି ସହରବାସୀ। ଏହା ଭିତରେ ଏକ ଖବର ସାମ୍ନା କୁ ଆସିଛି ଯେ ଆମିର ଖାଁ। ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ନୁହେଁ ଦୀର୍ଘ ୨୪ ଘଣ୍ଟା ଯାଏ ଫସି ରହିଥିଲେ । ପରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଟିମ୍‌ ପହଞ୍ଚି ତାଙ୍କୁ ଉଦ୍ଧାର କରିଛନ୍ତି। ଏବେ ଏହାକୁ ନେଇ କିଛି ଫଟୋ ଭାଇରାଲ ହେଉଛି।ଏହି ବନ୍ୟାରୁ ଉଦ୍ଧାର ହେବା ପରେ ସୋସିଆଲ ମିଡିଆ ଏକ୍ସ ପେଜ୍‌ରେ ବିଷ୍ଣୁ ବିଶାଲ ଏନେଇ ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ତାଙ୍କ ସହ ବିଷ୍ଣୁ ବିଶାଲଙ୍କ ପତ୍ନୀ ତଥା ବ୍ୟାଡମିଣ୍ଟନ ଖେଳାଳି ଜୱାଲା ଗୁଟ୍ଟା ଏବଂ ଅମୀର ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଦୀର୍ଘ ୪ ଘଣ୍ଟା ପରେ ଏହି ଦୁଇ ଷ୍ଟାରଙ୍କୁ ରେସ୍କ୍ୟୁ ଟିମ୍‌ ସହ ଡଙ୍ଗାରେ ଉଦ୍ଧାର କରିଛି । ଫଟୋ ସେୟାର କରି ବିଶାଲ ଲେଖିଛନ୍ତି, “ଆମ ଭଳି ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିଥିବାରୁ ଅଗ୍ନିଶମ ଏବଂ ଉଦ୍ଧାର ବିଭାଗକୁ ଧନ୍ୟବାଦ। କରାପକ୍କମ୍‌ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏଭଳି ସମୟରେ ତାମିଲ୍‌ନାଡୁ ସରକାର ମହତ୍ବପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ଧନ୍ୟବାଦ ସମସ୍ତ ପ୍ରଶାସନିକ ବ୍ୟକ୍ତିଙ୍କୁ, ଯେଉଁମାନେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି।’’ଉଲ୍ଲେଖଯୋଗ୍ୟ, ଅମୀର ତାଙ୍କ ମାଆ ଜିନତ ହୁସେନ୍‌ଙ୍କ ଚିକିତ୍ସା ପାଇଁ ଅକ୍ଟୋବରରେ ଚେନ୍ନାଇକୁ ଶିଫ୍ଟ ହୋଇଥିଲେ। ଅଭିନେତାଙ୍କ ମା ଚେନ୍ନାଇର ଘରୋଇ ଡାକ୍ତରୀ ଚିକିତ୍ସାରେ ଅଛନ୍ତି। ତାଙ୍କୁ ଭେଟିବା ଲାଗି ଅମୀର ଚେନ୍ନାଇର ଏକ ହୋଟେଲ୍‌ରେ ରହୁଥିଲେ। ଏହି ସମୟରେ ପ୍ରବଳ ବର୍ଷାରେ ଯୋଗୁଁ ହୋଟେଲରୁ ବାହାରି ପାରି ନଥିଲେ।

Leave a comment