ବାଥ୍‌ରୁମ୍‌ରେ ଓସ୍କାର ଆୱାର୍ଡ ରଖନ୍ତି ‘ଟାଇଟନିକ୍‌’ ଅଭିନେତ୍ରୀ

ଚଳଚ୍ଚିତ୍ର ଟାଇଟାନିକରେ ରୋଜ ଭୂମିକାରେ ଅଭିନୟ କରିଥିବା ହଲିଉଡ ତାରକା ଅଭିନେତ୍ରୀ କେଟ ୱିନ୍ସଲେଟ ବିଶ୍ୱରେ ବେଶ ପରିଚିତ। ଅଭିନେତ୍ରୀଙ୍କ ବିୟୁଟି ଏବଂ ଅଭିନୟ ଦେଖି ଦର୍ଶକମାନେ ଦିଓ୍ବାନା ହୋଇଯାଇଥିଲେ|ନିକଟରେ ଅଭିନେତ୍ରୀ କେଟ ୱିନ୍ସଲେଟ ଦି ଗ୍ରାହାମ ନର୍ଟନ ସୋ’ରେ ଅଭିନୟ କରିଥିଲେ। ଯେଉଁଠାରେ ଅଭିନେତ୍ରୀ କହିଥିଲେ ଯେ ସେ ତାଙ୍କ ଚଳଚ୍ଚିତ୍ର ପାଇଁ ଜିତିଥିବା ଓସ୍କାର ପୁରସ୍କାରକୁ ନିଜ ଘରର ବାଥରୁମରେ ରଖନ୍ତି।

ଯାହା ପରେ ଇଣ୍ଟରନେଟରେ ସମସ୍ତେ ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି। ସେ ଏହା କାହିଁକି ଏମିତି କରନ୍ତି। ଅଭିନେତ୍ରୀ ଏହା କରିବା ପଛର କାରଣ ମଧ୍ୟ ଶେୟାର କରିଛନ୍ତି। ସେ କହିଥିଲେ ଯେତେବେଳେ ସମସ୍ତେ ୱାଶରୁମକୁ ଯାଆନ୍ତି, ସେମାନେ ପ୍ରକୃତରେ ଓସ୍କାର ସହିତ ସମୟ ବିତାଇ ପାରନ୍ତି। ଏହାକୁ ଛୁଇଁବା କିମ୍ବା ଧରିବା ଦ୍ୱାରା ଏହା କିପରି ଅନୁଭବ|