ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଲା ବୟଫେଣ୍ଡର ଡ୍ରାଇଭର ।

ମହାରାଷ୍ଟ୍ର ଠାଣେର ଅଭାବନୀୟ ଘଟଣା । ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଲା ବୟଫେଣ୍ଡର ଡ୍ରାଇଭର । ଗୁରୁତର ଅବସ୍ଥାରେ ଯୁବତୀଙ୍କ ଚାଲିଛି ଚିକିତ୍ସା । ନିଜେ ଏକୁଟିଆ ପିଟିଲାନି ତ ସାଙ୍ଗମାନଙ୍କ ସହ ମିଶି କରିଥିଲା ଅକଥନୀୟ ନିର୍ଯାତନା । ପାର୍ କରିଗଲା ସୀମା । ଏମିତିକି ଜୀବନରୁ ମାରିଦେବାକୁ ବି ପଛାଇନାଲି । ଅଭିଯୁକ୍ତ ବୟଫ୍ରେଣ୍ଡ ଅଶ୍ବଜିତ ଗାଏକଓ୍ବାଡ ହେଉଛି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଅନିଲ ଗାଏକଓ୍ବାଡଙ୍କ ପୁଅ । ଯୁବତୀ ଜଣଙ୍କ ଏବେ ହସ୍ପିଟାଲ ବେଡରେ । ମୁମ୍ୱାଇ ଥାନେ ଇଲାକାରେ ଘଟିଛି ଏମିତି ଲୋମଟାଙ୍କୁରା ଘଟଣା । ଆଉ ଏହାକୁ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ପୀଡିତା ପ୍ରେମିକା ।

ତେବେ କୁହାଯାଉଛି କି, ପୋଲିସ୍‌ ବି ଅଭିଯୁକ୍ତକୁ ଗିରଫ କରିବାକୁ ସାହସ ଜୁଟାଇ ପାରୁନି ।ଅଶ୍ବଜିତଙ୍କ ସହ ପ୍ରିୟଙ୍କା ସାଢେ ଚାରିବର୍ଷ ଧରି ଡେଟିଂ କରୁଥିଲେ କିନ୍ତୁ ବ୍ୟକ୍ତି ଗତ କାରଣ ଯୋଗୁଁ ଉଭୟଙ୍କ ଭିତରେ ଝଗଡା ଲାଗି ରହିଥିଲା । ତେବେ ଦୁର୍ଘଟଣା ପରେ ଏହି ଘଟଣାକୁ ନେଇ ସେ କସରଓ୍ବାଦାଭଲି ଥାନାକୁ ଯାଇଥିଲେ । ମାତ୍ର ଉପର ମହଲରୁ ଚାପ ଯୋଗୁ ପୋଲିସଠାରୁ ସେ ନିରାଶ ହୋଇଥିଲେ । ଏନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ପୋଲିସ ଧାରା ୩୨୩, ୨୭୯, ୫୦୪ରେ ଉଭୟ ଅଶ୍ବଜିତ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି ।